STORYMIRROR

Gyanaranjan Nayak

Inspirational

4  

Gyanaranjan Nayak

Inspirational

ପୁଣ୍ୟ ପଞ୍ଚକ

ପୁଣ୍ୟ ପଞ୍ଚକ

1 min
450


ବଗୁଲୀ ପଚାରେ        ବଗୁଲା କୁ ଚାହିଁ,

        ମଉନେ କାଇଁ ମୋ ଧନ,

ଯିବନି କି ଆଜି,        ମୀନ ମାରି ପ୍ରିୟେ,

        କି ଖାଇ ବଞ୍ଚିବା ଦିନ।


ଶୁଣଲୋ ବଗୁଲୀ,       ଲକ୍ଷେ ଜୀବ ମାରେ

        ଦିନଟେ ବଞ୍ଚିବା ପାଇଁ,

ପାପ ଘଡା ଭରା,       ଜୀବନେ କି ଲାଭ,

        ମୃତ୍ୟୁ ପରେ ଯିବା କାହିଁ ।


କାଲି ମୁଁ ଶିକାର       କରି ଫେରୁଥିଲି,

        ଶୁଣିଲି ଯେ କେତେ ନିନ୍ଦା,

ପାପୀ ତାଲିକା ରେ     ଆମେ ତ ଦ୍ୱିତୀୟେ,

        ମଣିଷ ତ ଶ୍ରେଷ୍ଠେ ସଦା ।


ପ୍ରତିକାର ବାଟ,        ଶୁଣି ମୁଁ ଆସିଛି

       ଆଉ ପାଞ୍ଚ ଦିନ ବେଳା,

କାର୍ତ୍ତିକ ଏ ମାସ,       ଦେବଙ୍କ ସବଂଶ

       ମର୍ତ୍ତ୍ୟେ କରୁଛନ୍ତି ଲୀଳା ।


ପଚିଶ ଦିନ ତ        ବିତି ଗଲାଣି ଲୋ,

       ଆଉ ବାକି ପାଞ୍ଚ ଦିନ,

ଏ ପାଞ୍ଚ ଦିନରେ,      ମର୍ତ୍ତ୍ୟେ ଆନନ୍ଦ ରେ

       ରାସେ କିଶୋରୀ, ମୋହନ ।


 ମୋ ରାସବିହାରୀ,     ହେ ମୂରଲୀ ଧାରୀ,

       ଖୋଜି, ଖୋଜି ଭୋଳାବାବା,

କି ଅପୂର୍ବ ସେହି,       କାର୍ତ୍ତିକ ରାହାସ,

       ପାର୍ବତୀ ମା ସାଙ୍ଗେ ଉଭା ।


ସ୍ବର୍ଗ, ଦେବଲୋକ,     ଗୋଲୋକ,ଭୂଲୋକ,

       ରାସେ ସର୍ବେ ଏକାକାର,

ଭିନ୍ନ ଭିନ୍ନ ବେଶେ,      ପାଞ୍ଚଦିନ ଶେଷେ,

       ଶୋଭେ ରାଇ ଦାମୋଦର ।


ଶୁଦ୍ଧପୂତ ମନେ,       ହରି,ହର ଧ୍ୟାୟୀ

       କୃଷ୍ଣ ରାସେ ଯିବା ଭାସି

ଯେତେ ପାପ ଆମେ     ଅର୍ଜିଛେ ବଗୁଲି,

       ପଞ୍ଚ ଦିନେ ଦେବା ନାଶି,।


ଏ ପାଞ୍ଚ ଦିବସ,      ପଞ୍ଚକ ବିଶେଷ,

       ପାଞ୍ଚ କ ଭାବରେ ଭାବ,

କପଟ, କାମନା,      କ୍ରୋଧ,କୁବାସନା

       କୁସଙ୍ଗୁ ଦୂରେ ସ୍ବଭାବ ।


ପଞ୍ଚକ ତେଜିଲେ,     ପଞ୍ଚକେ ହେଜିଲେ,

       କାର୍ତ୍ତିକେ ପଞ୍ଚକ ମାନେ,

ଆଉ ଯମ ଦଣ୍ଡ        ନଥିବ ବଗୁଲି,

       କାଲି ଶୁଣିଛି ମୁଁ କାନେ ।


ପାପ ଯାହା ଆମେ     ଆଗରୁ କରିଛେ,

      ସେତ ବଂଶଗତ ଦୋଷ,

ପ୍ରଭୁଙ୍କ ଭାଷାରେ      ଶ୍ରେଷ୍ଠ ଏ ମଣିଷ,

       କାର୍ତ୍ତିକେ ଖାଏ ଆଇଁଷ ।


ଉପବାସ ପଛେ      ରହିବା ବଗୁଲା,

       ପଞ୍ଚକ ପାଳିବା ଆମେ,

ଚେତେଇ ଦେବା       ଏ ମଣିଷ ଜାତିକୁ,

      "ପୁଣ୍ୟ ପଞ୍ଚକ" ର ମର୍ମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational