STORYMIRROR

Gyanaranjan Nayak

Inspirational

4  

Gyanaranjan Nayak

Inspirational

ଶାନ୍ତିରେ ବି ମାରି ଦେବନି ସିଏ

ଶାନ୍ତିରେ ବି ମାରି ଦେବନି ସିଏ

1 min
464

ଶେଷ ଠିକଣା ଟା       ଗାଁ ମଶାଣି ବା,

     ସ୍ଵର୍ଗଦ୍ଵାର ଜଣା ସଭିଙ୍କୁ ଭାଇ,

ଏବେ ସେ ଠିକଣା       ହୋଇବ ଅଜଣା,

      ଅଜବ ରୋଗ ଏ କରୋନା ପାଇଁ।


ଶୁଭିବନି ଆଉ,         ଶେଷ ଶୋଭାଯାତ୍ରେ,

      ସତ୍ୟ ଏକା ହରି,ରାମ ଙ୍କ ନାମ,

ମୁଖାଗ୍ନି ପାଇଁକି         ବାରଣ ସଭିଙ୍କୁ,

      ଅସ୍ଥି ମିଳିବନି ହେବାକୁ କର୍ମ।


ଲୋଡା ତ ହେବନି       ଛ'ଖଣ୍ଡ ବାଉଁଶ,

      ବୋଳିବ ବା କାଇଁ ପାଳ ଦ‌ଉଡି,

ମିଳିବନି ଶେଷ          ସ୍ପର୍ଶ କି ଦର୍ଶନ,

      ବିଞ୍ଚିବ ବା କିଏ ଖ‌ଇ କ‌ଉଡି ।


ଚନ୍ଦନ କାଠ କି          ଫୁଲ, ଗୁଆ ଘିଅ

      ଆତ୍ମୀୟ କର୍ତ୍ତବ୍ୟେ ରହିବ ଊଣା,

ଅଧା କର୍ମେ ଆତ୍ମା         ହୋଇବ ଅତୃପ୍ତ,

     ପ୍ରିୟ ଜନେ ମନେ ପାପୀରେ ଗଣା ।


ଗର୍ବ କରୁଥିଲା           ଧନୀ,ମାନୀ ଯିଏ,

      ବିସ୍ତାରି ପ୍ରାଧାନ୍ୟ ମଣି ସାମନ୍ତ,

ଛୁଉଁ କେ ନାହାଁନ୍ତି,          ଆଡେଇ ଯାଆନ୍ତି,

      କରୋନା ରେ ଯଦି ମୃତ, ଆକ୍ରାନ୍ତ।


ଚେତା ଅଛି ଯେବେ,         ବୁଝୁଛି ଆଜି ସେ,

     ଜିଇଁବା କୌଶଳ,ଜନ୍ମର ମାନେ,

ଜୀବନ କ୍ରିକେଟେ,          ଶେଷ ଓଭର ଏ, 

     ବ୍ୟାଟ ବୁଲେଇ ସାରା ଜୀବନେ ।


ଖେଳିବା କୌଶଳ,          ବୁଝାଏ ସଭିଙ୍କୁ,

      ପ୍ରେମ,ଭାବ, ଭକ୍ତି କୌଶଳେ ଶ୍ରେଷ୍ଠ,

ପ୍ରଥମ ଓଭରୁ             ଖେଳିବା କୌଶଳେ,

      କାହ୍ନା ଭାବେ ଥିଲେ ନଥିବ ରିଷ୍ଟ ।


ଖେଳ ଶ୍ରେଷ୍ଠ ପାଳି,          ଉତ୍ସର୍ଗି କାହ୍ନା କୁ,

      ଶ୍ରେଷ୍ଠତମ ବିବେଚିତ ସଂସାରେ,

ବାଉଁସର ବଲ             ପରି ଏ କରୋନା,

       ଜୟ ଜଗନ୍ନାଥ ତା ଉପଚାରେ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational