ବାପା ମା ସେବାକୁ ଥିବ ସେ ଚାହିଁ
ବାପା ମା ସେବାକୁ ଥିବ ସେ ଚାହିଁ
ମୋତେ ଜ୍ୱର ହେଲେ, ତୋ ନାମ ଧରିଲେ,
ଜ୍ୱର ଏଇ ଥିଲା କାଇଁ ତ ନାହିଁ
ରୋଗ ବଇରାଗେ, ଡାକେ ଯେ ଆବେଗେ,
ବଇଦ, ଡାକ୍ତର କି କାମ ପାଇଁ ।
ଏ ମତେ ଯା ମତ, ତାକୁ ତୁ ଲାଗୁତ,
ପରିବାର ମୁଖ୍ୟ ମୁରବୀ ପରି,
ଭବିଷ୍ୟ ଭାବନା, ଦୁଃଖ କି ଯାତନା,
ଦୂରେ ଯେବେ ତୁଣ୍ଡେ ନାମ ତୋହରି ।
ମତେ ଯେ ବିଭ୍ରାନ୍ତ, ନିଜେ ସେ ଅଶାନ୍ତ,
ଯୁକ୍ତି ବାଢେ ପ୍ରଭୁ, ଭକ୍ତଙ୍କୁ ନେଇ,
ମିଛ,ପ୍ରମାଣିତେ, ସଦା ସେ ଚେଷ୍ଟିତେ,
ଏବେ କୁହେ ଜ୍ୱରେ ନିଜେ ତ ସାଇଁ ।
ଯୁକ୍ତି ତର୍କ ଉର୍ଦ୍ଧ୍ଵେ ଜଗା କୁ ସମ୍ବଦ୍ଧେ,
ପିତା, ପୁତ୍ର, ଭାଇ,ମିତ୍ର ଯେ ଜନ,
ଦୁଃଖେ କୁହେ ଜ୍ୱର, ହେବ ଜାଣିବାର,
ଗରା,ଗରା ଜଳେ କଲା ଯେ ସ୍ନାନ ।
ଜ୍ବର ରେ କମ୍ପିଲା, ବୈଦ ଡକାଗଲା,
ଦଶମୁଳି ପୁଣି ଫୁଲୁରି
ସେବା,
କେତେ ଉପଚାରେ, ସେବକେ ସେବାରେ,
ସେବାରୁ ବଞ୍ଚିତ ଆମେ କି ଶୋଭା ।
ମୁଁ ଦୁଃଖୀ ବାପା ଟେ, ନିଅ ତା ନିକଟେ
ନ କର ଆକଟ ମୋତେ ରେ କେହି,
ଜ୍ୱର ରେ ମୋ ପୁଅ, ତା ନିକଟେ ନିଅ,
ବାପା,ମା,ସେବାକୁ ଥିବ ସେ ଚାହିଁ ।
କୋଳରେ ବସେଇ, ମୁଣ୍ଡ ଆଉଁସେଇ,
ଝାଡିଦେଲେ କହି ଶ୍ରୀଜଗନ୍ନାଥ,
ଉଠି ସେ ବସିବ, ମାଆ କୁ ଭାଷିବ,
ଛୁଆ ଦିନ ସ୍ମୃତି ସୁସ୍ଥ ଚରିତ ।
ସଭିଙ୍କୁ କହିଚୁ, ଏବେ ପସ୍ତଉଛୁ,
ଦିବ୍ୟ ଆମ ପୁଅ କଳା କହ୍ନେଇ,
ଜଗତ ଜାଣିଲା, ଦେବତା ମଣିଲା,
ଆମେ ବି ବାରଣେ ଶୋଭା କି ଏହି ।
ସେଥିପାଇଁ ଦୁଃଖ, ନାହିଁ କଳାମୁଖ,
ତୋ ସୁସ୍ଥ ହେବାକୁ ଚାହିଁଛୁ ସର୍ବେ,
ତୋ ଫଟୋ କୁ ଘରେ, କୁନି ମା ଝଡି ରେ,
ଘିଅ ଦୀପ ଜାଳି ବସିଛି ଭାବେ ।