STORYMIRROR

Gyanendriya Dash

Inspirational

3  

Gyanendriya Dash

Inspirational

କୁଆଁର୍ ପୁନି

କୁଆଁର୍ ପୁନି

1 min
218


ଦସରା ମାସର୍ ପୁନିକେ ଆମେ

କହେସୁଁ କୁଆଁର୍ ପୁନି,

ପିତୁର୍ ପଖ୍ ଆରୁ ଦୁର୍ଗାପୁଜା ଗଲେଁ

ମାନସନ୍ ଅଭିଆଡ଼ି ନନି ।।

ଦୁଲି ଖେଲସନ୍, ଗିତ୍ ଗାଏସନ୍

ଖାଏସନ୍ ପିଁନସନ୍ ବନେ,

ନୁଆଁ କପଡ଼ା ଲତା ପିଁଧି କରି

ଉସତ୍ ଆନନ୍ଦ୍ ମନେ ।।

ଅଗବା ପଏରଛା ପଢ଼ି ହେସି

ଜନକ୍ ରାତିର୍ ଉକିଆ,

ସିତ୍ କାକରର୍ ବଢତି ହେସି

ପଛରା ଉଢ଼ା ସମିଆ ।।

ହୁମୋ ନନ ନନ ଛିଲୋ ଲାଇ

ଖେଲେଁ ମାତି ଯାଏସନ୍ ସଭେଁ,

ଜାତରା ପରବ୍ ଜମକି ଜାଏସି

ଲଖମି ପୁଜାର୍ ପରବେ ।।

ଚାସି ମାନକର୍ ମନ ଉତକିସି

ଦେଖି ସାଗୁଆ ଜର୍ ଜର୍ ଖେତ୍,

କୁଆଁର୍ ପୁନି ଖୁସିର୍ ପରବ୍

ଉକିଆ ରାତିଁ ନାଇଁ ସୁଇକରି ଚେତ୍ ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational