ଆମ ପରିବେଶ ଆମ ହାତରେ
ଆମ ପରିବେଶ ଆମ ହାତରେ
ଫିଙ୍ଗିଦିଅ ନାହିଁ ଅସନା ଜିନିଷ
ପୋଡି ଦିଅ ପୋତି ଦିଅ
ଖାମଖିଆଲିରେ ଭୁଲ କାମ କରି
ନାନା ରୋଗ ଭୋଗ ନାହଁ ।
ଭଙ୍ଗା କାଚ ଶିଶି ଟିଣ ଓ ଟାୟାର
ଯେଉଁଠାରେ ଦେଖୁଥାଅ
ଅନାବନା ଚିଜ ଯେତକ ଦେଖୁଛ
ଖାତକରି ପୋତି ଦିଅ ।
ସ୍ୱଚ୍ଛ ପରିଷ୍କାର ପରିମଳ କର
ନିଜ ଅଙ୍ଗ ନିଜ ଘର
ପରିଛନ୍ନ କର ନିଜ ପରିବେଶ
ନିଜ ହାତେ ନିଜେ କର ।
ଭୁଲିଯାଅ ନାହିଁ ଏ ଭାରତ ଆମ
ସ୍ୱଚ୍ଛ ସବୁଜିମା ଦେଶ
ନିଜ ହାତେ ତେଣୁ ସ୍ୱଚ୍ଛ କରିବା ରେ
ଆମରି ଏ ଚତୁପାର୍ଶ୍ୱ ।
ମହାତମା ଆମ ଜାତିର ପିତା ସେ
କହୁଥିଲେ ଡାକି ଡାକି
ସ୍ୱଚ୍ଛ ଭାରତ ମିଶନ ଲକ୍ଷ୍ୟ ରେ
କାମ ରଖନାହିଁ ବାକି ।
ଚାଲ ଆଜି ଆମେ କହିଯିବା ଡାକି
ସଫାକର ସଫାକର
ଭୁତାଣୁ ଜନିତ ରୋଗ କବଳରୁ
ନିଜକୁ ତ ରକ୍ଷାକର ।
ମାଆ ଓ ମାଉସୀ ଭାଇ ଭଉଣୀଏ
ଥରୁଟିଏ ଶୁଣିଯାଅ
ଖାଇବା ଆଗରୁ ସାବୁନ ଲଗାଇ
ହାତ ଧୋଇ କରି ଖାଅ ।
ଖୋଲା ପଡିଆ କୁ ଝାଡା ଯାଅ ନାହି
ଘରେ କର ପାଇଖାନା
ତଳେ ବାସି ଖାଦ୍ୟ ଖାଅ ନାହିଁ ଜମା
ବସନି ଆସନ ବିନା ।
ଝାଡା ଯିବା ବେଳେ ଚପଲ ପିନ୍ଧିବା
ଅଭ୍ୟାସ କରି ଶିଖ
ଆମ ପରିବେଶ ଆମରି ହାତରେ
ଏ କଥା କୁ ମନେ ରଖ ।
