STORYMIRROR

Sanjeeb Kumar Nag

Inspirational

4  

Sanjeeb Kumar Nag

Inspirational

ଦରମା କେବେ ମିଳିବ?

ଦରମା କେବେ ମିଳିବ?

1 min
339

ଦିନ କେବେ ଆସିବ,
ଯେବେ ଠିକ୍‌ ସମୟେ ଦରମା ମିଳିବ,
ବର୍ତ୍ତମାନ ଭଳି ପ୍ରତି ମାସେ ଏକ ଅଜଣା,
ନୂଆ ବାଧା ଆସି ନ ଛାଇବ।

ଏ ନିଶ୍ଚୟ ଏକ ସଂଯୋଗ ନୁହେଁ,
ଏକ ପୁରୁଣା ରଙ୍ଗରେଖା,
କାହାର ଅବହେଳା ଏହା,
କାହିଁକି ବାରମ୍ବାର ହେଉ ଅଣଦେଖା?

ଅପେକ୍ଷାରେ ମନ ଭାଙ୍ଗେ,
ଛିନ୍ନଭିନ୍ନ ହେଉ ଦିନେ ଦିନେ,
ମନରେ ଜାଗେ ପ୍ରଶ୍ନମାଳା,
ମନ କୁହୁଳି ଥାଏ ମନେ ମନେ।

ମରୁଭୂମିରେ ଯେମିତି
ବୁନ୍ଦାଏ ଜଳକୁ ଆଖି ତାକେ,
ଦରମାର ଆଶା ସେମିତି,
ପ୍ରତି ଶ୍ୱାସେ ଜାଗେ ଆଙ୍କେ।

ମାସର ପହିଲା ତାରିଖ ନହୋଇ,
ପଚିଶ ବା ଛବିଶ ହୁଏ,
ଧର୍ଯ୍ୟର ଚରମ ସୀମାରେ ପହଞ୍ଚି
ଟଳି ପଡିବାର ମୁହୁର୍ତ୍ତ ନିକଟ ହୁଏ।

ମଣିଷ ନିରାଶ ହୋଇ ଥକି ବସେ,
ତଥାପି ଦରମା ପଡ଼େନି,
ପୁଣି ମୁଦୁଲି ସାରଙ୍କ ମେସେଜ ଆସେ
ପ୍ରତୀକ୍ଷାର ଅନ୍ତ ହୁଏନି।

ଦିନେ ଖାତାରେ ଟଙ୍କା ପଡ଼େ,
ଆସେ ମନରେ ଅପୂର୍ବ ସାନ୍ତ୍ୱନା,
ଆଖି ଭିଜେ, ହୃଦୟେ ଜାଗେ,
କିନ୍ତୁ ଋଣ ବୋଝ ଉତାରି ହୁଏନା।

ତଥାପି ଲେଖୁ ଆମେ ସସମ୍ମାନେ,
“ଧନ୍ୟବାଦ ସାର୍‌” ଆପଣଙ୍କୁ,
ଥକା ଜୀବନର ଏଇ ଆଙ୍ଗନେ,
ଦରମା କରେଇ ଦେଇଛନ୍ତି ଆମକୁ।

କିନ୍ତୁ କାହିଁକି ଧନ୍ୟବାଦ ଦେଉ,
ଜାଣି ପାରେନା କେଉଁ କାରଣରୁ ବୋଲି?
ଯୋଉ ଦରମା ମୋ ଅଧିକାର,
ତାହାକି ଡେରିରେ ମିଳିଲା ବୋଲି?

ସେ ସକାଳ କେବେ ଆସିବ,
ଯେବେ ନ୍ୟାୟ ସମୟେ ହେବ,
ପରିଶ୍ରମର ମୂଲ୍ୟ ମିଳିବ,
ବିନା ଅନୁରୋଧେ କାମ ହେବ।

ସେଦିନ ହୁଏତ ନ କହିବୁ,
“ଧନ୍ୟବାଦ ସାର୍‌” ବାରମ୍ବାର,
ଗର୍ବରେ କହିବୁ ମାତ୍ର,
“ଏବେ ବଦଳିବ ସଂସାର!”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational