STORYMIRROR

Sanjeeb Kumar Nag

Others

3  

Sanjeeb Kumar Nag

Others

ସୁରୁଜ ଚାନ୍ଦ

ସୁରୁଜ ଚାନ୍ଦ

1 min
344


ସୁରୁଜ ଚାନ୍ଦ ତାରକାଠୁ ବଳି ତମେ ତ ପ୍ରଭୁହେ ସୁନ୍ଦର

ଏଇ ଜୀବନ, ଗହନ ବନ, ସବୁଠୁ ତମେ ତ ସୁନ୍ଦର.... !!୦!!


ପୁଷ୍କର ସୁନ୍ଦର ପଦୁଅଁ ଥିଲେ

କୁସୁମ ସୁନ୍ଦର ଭଅଁର ଥିଲେ

ମୋ ମନ ଆସନେ ବସିଥିଲେ ତମେ

ସବୁଠୁ ଲାଗ ହେ ସୁନ୍ଦର....................................!!୧!!


ଗଳାରେ ସୁନ୍ଦର ଗଜରା ହାର

ପାଦରେ ସୁନ୍ଦର ରୁପା ନୁପୁର

ମେଘ ରଥରେ ବସିଥିଲେ ତମେ

ସବୁଠୁ ଲାଗ ହେ ସୁନ୍ଦର....................................!!୨!!


ରଜନୀ ସୁନ୍ଦର ଚାନ୍ଦିନୀ ଥିଲେ

ଦିବସ ସୁନ୍ଦର ତାପସ ଥିଲେ

ଗୁହାଳ କୁଣ୍ଡରେ ଶୋଇଥିଲେ ତମେ

ସବୁଠୁ ଲାଗ ହେ ସୁନ୍ଦର....................................!!୩!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍