STORYMIRROR

Sanjeeb Kumar Nag

Others

3  

Sanjeeb Kumar Nag

Others

ଆମେ କଲାହାଣିଆଁ

ଆମେ କଲାହାଣିଆଁ

1 min
63


ଆମେ କଲାହାଣିଆଁ ଆମର କରମ ଖଣିଆଁ

ଆମେ କଲାହାଣିଆଁ ଆମର କରମ ଖଣିଆଁ

ସବୁଠାନେ ଧକା ଦେଲ ତମେ ବାବୁ

କାଏଜେ କଲ ଏଡକୀ ହିନିମାନିଆଁ.


ଚପରାସୀ ଠାନୁ ଯନ୍ତ୍ରୀମନ୍ତ୍ରୀ ତକ

ସବେତ ମାରୁଛ ପଟି

ଏସି ଘରେ ବସି ଗନ୍ଧରିରସ୍ ପିଇ

ମାତିଥିସ ଛାଡି ଡ୍ୟୁଟି

             

ବାବୁମନେ ନେସ ତମେ ପିସି

ଟାଉଟରମନେ ନେସ ପିସି

ପିସି ନେଇ ନେଇ ବାଟ ଘାଟ ଆମର

କରିଦେଲ ତମେ ଖଣିଆଁ..


ଚିକେନ୍ ମଟନ ସାଙ୍ଗେ ସବୁଦିନେ ତମେ

ଖାଉଛ ତନ୍ଦୁରୀ ରୁଟି

ଛୁଆ ପିଲା ଆମର କାନ୍ଦୁଥିସନ ଭୁକେ

ନାଇଁ ମିଲେ ଶୁକା ରୁଟି

  

ବେଗ ମୁନାଥି ବିଅର ଶିଶି

ସାର୍ଟ ମୁନାଥି ଅତର ଶିଶି

ଶିଶି ଧରି ଧରି ବାବୁହେଲ ତମେ

ଆମେ ହେଲୁ ହିନିମାନିଆଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍