ଦେଖିବା ଲାଗି ତୁମକୁ
ଦେଖିବା ଲାଗି ତୁମକୁ
1 min
148
ସୁରୁଜ ଯାଇଛି ରହି ଦେଖିବା ଲାଗି ତୁମକୁ
ଚାନ୍ଦ ବି ରହିଛି ଚେଇଁ ଦେଖିବା ଲାଗି ତୁମକୁ
ମୁଁ ବି ରହିଛି ଜାଗି ଦେଖିବା ଲାଗି ତୁମକୁ ।
ସୁନା ଓ କୁନ୍ଦୁରୁ ଆଣି ତ ନାହିଁ ମୁଁ
ନାହିଁ ମୋ'ଠି ଗନ୍ଧରସ
ସବୁତ ତୁମରି କୃପାରୁ ପାଇଛି
ଦେବି ଆଉ ମୁଁ ଯେ କିସ
ତୁମରି ମହିମା କରି, ତୁମରି କୀର୍ତ୍ତନ କରି
ଖୁସି କରିବି ମୁଁ ତୁମକୁ ।
ଏ ପାପୀ ମନକୁ ଦେବି ମୁଁ କାହାକୁ
ପାପ ମୋର କ୍ଷମା କର
ଅନୁତାପ ହୃଦେ ତମ ସାଥେ ଆଜି
ଚାଲିବି ମୁଁ ମୋ ବାଟ
ତୁମରି ଗୌରବ କରି, ତୁମରି ପ୍ରସଂଶା କରି
ଖୁସି କରିବି ମୁଁ ତୁମକୁ ।
