STORYMIRROR

Sanjeeb Kumar Nag

Others Children

3  

Sanjeeb Kumar Nag

Others Children

ଗଲିୟାତ ବଧ

ଗଲିୟାତ ବଧ

1 min
426

ବାହାରିଲା ରଣରଙ୍ଗେ ହୋଇ ସଜବାଜ

ଯୁଦ୍ଧକରି ଗଲିୟାତ ଜିଣିବ ଯେ ଆଜ।


ମସ୍ତକେ ପିତ୍ତଳଟୋପି କଟିରେ ଖଡଗ

ଶତସୈନ୍ୟ ପଛେଥାଇ ଗଲିୟାତ ଆଗ।


ପାଲେଷ୍ଟୀୟ ବୀର ରଣେ କରିବ ଯେ ଯୁଦ୍ଧ

ଇସ୍ରାଏଲ ସୈନ୍ୟଗଣ କରାହେବେ ବଧ।


ଯୁଦ୍ଧକୁ ଯାଇଣ ଦେଖେ ଗଲିୟାତ ବୀର

ଯୁଦ୍ଧକ୍ଷେତ୍ରେ ଉଭା ଅଛି ଏକଇ କୁମାର।


ସେଇ କୁମାରର ନାମ ଅଟଇ ଦାଉଦ

ରଣରଙ୍ଗେ ଆସିଅଛି କରିବାକୁ ଯୁଦ୍ଧ।


ଗଲିୟାତ ବୀର ତାକୁ ତୁଚ୍ଛ ମନେକଲା

କଟୂ ଭାଷା କହି ବହୁ ଅପମାନ ଦେଲା।


ରାଜାଙ୍କୁ ବଚନ ଦେଇ ଆସିଛି ଦାଉଦ

କରିସାରି ଫେରିବ ସେ ଗଲିୟାତ ବଧ।


ଅଙ୍ଗେ ନାହିଁ ଯୁଦ୍ଧବସ୍ତ୍ର ନାହିଁଟି ଆୟୁଧ

ହାତରେ ବାଟୁଳି ମାରି କରିବ ସେ ଯୁଦ୍ଧ।


ଗଲିୟାତ ବୀର ବର୍ଚ୍ଛା କରିଲା ନିକ୍ଷେପ

ଦାଉଦ ବାଟୁଳି ମାରି ଖୁଆଇଲା ଟିପ।


ଟେକାଯାଇ ଗଲିୟାତ ମସ୍ତକେ ବାଜିଲା

ଅଚେତରେ ବୀରବର ତଳେ ପଡ଼ିଗଲା।


ଖଡ୍ଗଧରି ଦାଉଦ ତା ଶିରଚ୍ଛେଦ କଲା

ଗଲିୟାତ ବଧକରି ବୀର ବୋଲାଇଲା।


ମହାରାଜା ନିଷ୍କଣ୍ଟକ ରାଜ୍ୟ ଭୋଗ କଲେ

ଦାଉଦ ବୀରକୁ ତାଙ୍କ କନ୍ୟାଦାନ କଲେ।


[ପାଲେଷ୍ଟାଇନ୍ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ବେଳେ ପାଲେଷ୍ଟୀୟଙ୍କ ତରଫରୁ ଲଢ଼ୁଥିବା ଗାଥ୍ ନିବାସୀ ଗଲିୟାତ ନାମକ ମଲ୍ଲଯୋଦ୍ଧା ଓ ଇସ୍ରାଏଲ ତରଫରୁ ରାଜା ଶାଉଳଙ୍କ ନିମନ୍ତେ ଲଢ଼ୁଥିବା ମେଷଚରାଳୀ ଦାଉଦଙ୍କ ଲଢେଇ ଉପରେ ପର୍ଯ୍ୟବେଶିତ।]

(୧ମ ଶାମୁୟେଲ: ୧୭ ଓ ୧୮ ପର୍ବ, ପବିତ୍ର ବାଇବଲ)


Rate this content
Log in