STORYMIRROR

Sanjeeb Kumar Nag

Others

4  

Sanjeeb Kumar Nag

Others

ବୀର ଜବାନ

ବୀର ଜବାନ

1 min
29

ଭାରତ ସନ୍ତାନ, ବୀର ଜବାନ ଧନ୍ୟ ଧନ୍ୟ

ଗୁଳି ଫୁଟୁଥିଲା ଘନ ଘନ

ନିଆଁ ଜଳୁଥିଲା

ଧୂଆଁ ଉଠୁଥିଲା

ଗଗନ ଫଟାଇ ଫୁଟୁଥିଲା କମାଣ

ଭାରତ ସନ୍ତାନ, ବୀର ଜବାନ ଧନ୍ୟ ଧନ୍ୟ


ମାଆ କାନ୍ଦୁଥିଲା ପୁଅର ପାଇଁ

ପୁଅ ଲଢ଼ୁଥିଲା ମାଆର ପାଇଁ

ଦେଉଥିଲା ପଛେ ପୁଅ ଜୀବନ

ରଖୁଥିଲା ମାଆର ସମ୍ମାନ

କେତେ ମରିଗଲେ, କେତେ ପଙ୍ଗୁ ହେଲେ

ସୁବର୍ଣ୍ଣ ଅକ୍ଷରେ ଲେଖିଗଲେ ତ ନାମ


ମଥାର ସିନ୍ଦୁର ରୁଧିର ହେଲା

ସାଧବା ମଥାରୁ ସିନ୍ଦୁର ଗଲା

କୋଟିଏ ସନ୍ତାନ ଅନାଥ ହେଲେ

ଆଉ କେତେ ଭୋକ ଉପାସେ ମଲେ

ରକତର ନଈ, ହେଲା ଏଇ ଭୂଇଁ

ଶହୀଦ ଜବାନ ଘେନ କୋଟି ପ୍ରଣାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍