Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sanjeeb Kumar Nag

Romance

4.4  

Sanjeeb Kumar Nag

Romance

ପ୍ରିୟା ତମେ ଭାରି ସୁନ୍ଦରୀ

ପ୍ରିୟା ତମେ ଭାରି ସୁନ୍ଦରୀ

1 min
12.1K



ପ୍ରିୟା ତମେ ଲାଗ ମତେ ଭାରି ସୁନ୍ଦରୀ

ରୂପ ରାଇଜର ତମେ ରାଜକୁମାରୀ

ଆଉ କେ ନାହିଁ

ତମଠୁ ସୁନ୍ଦର

ତମେ ଅରୂପା ସୁନ୍ଦରୀ...।।୦।।


ଝଟକେ ଯେମିତି ବିଜୁଳି ମେଘରେ

ଦିଶେ କାନଫୁଲ ମୁକୁଳା କେଶରେ

ମୋର ପ୍ରିୟା ଚନ୍ଦ୍ରମୁଖୀ

ନହେଲେ ବି ଯୁକ୍ତାମୁଖୀ

ମୋଲାଗି ବିଶ୍ୱ ସୁନ୍ଦରୀ.....।।୧।।


ତାରକା ଯେମିତି ଗଗନ ବୁକୁରେ

ନୟନ ଦୁଇଟି ମୋ ପ୍ରିୟା ମୁହଁରେ

ମୋର ଅଭିମାନୀ ପ୍ରିୟା

ନହେଲେ ବି ଐଶ୍ୱରୀୟା

ସିଏ ତ ପଦୁଅଁ ପରି.....।।୨।।


ଘୁମୁଟା ତଳରେ ଡାଲିମ୍ବ ପରିକା

ଗାଲଟେ ଧରିଛି ଫୁଲେଇ ପ୍ରେମିକା

ମୋର ଲାଜକୁଳୀ ଲତା

ନୁହଁ ସିଏ ଲାରା ଦତ୍ତା

ସିଏ ତ ମୃଗିଣୀ ପରି.....।।୩।।


ରଜନୀ ଗନ୍ଧାର ବାସନା ଯେପରି

ମୋ ପ୍ରିୟା ଓଠର ଭାଷାଟା ସେପରି

ମୋର ସୁନାନାକୀ ପ୍ରିୟା

ନୁହଁ ସେ ରିତା ଫରିଆ

ସିଏ ତ କପୋତୀ ପରି.....।।୪।।


ଦୁଇଧାଡ଼ି ଗାଁର ସିନ୍ଦୂର ରଙ୍ଗର

ଆଙ୍କିଛି ତୂଳୀରେ କେଉଁ କାରିଗର

ମୋର ପ୍ରିୟା ସୁନୟନା

ନୁହଁଇ ସିଏ ଡାଏନା

ସିଏ ମୋ ଉଡ଼ନ୍ତା ପରୀ.....।।୫।।


ମାଣିକ ଖଚିତ ଗହଣା ପରିକା

ଦିଶେ ତା ଦାନ୍ତ ହସିଲେ ମୋ ପ୍ରେମିକା

ସସ୍ମିତା ନୁହଁଇ ସିଏ

ଭଲପାଏ ମତେ ଯିଏ

ଶୁଆ ମୁଁ ସିଏ ମୋ ଶାରୀ.....।।୬।।



Rate this content
Log in

Similar oriya poem from Romance