STORYMIRROR

Kabiratna Nutan Kumar Behera

Romance Others

4  

Kabiratna Nutan Kumar Behera

Romance Others

ମୋ ପ୍ରିୟାର ପ୍ରେମ

ମୋ ପ୍ରିୟାର ପ୍ରେମ

1 min
297


ମୋ ପ୍ରିୟାର ପ୍ରେମ

ଲାଗେ ନିଆରା ଅନୁପମ

ହସି ଦେଲେ ସେ ତା' ପ୍ରୀତି ଝଲକେ

ଚାହିଁ ରହେ ମୁଁ ଅପଲକେ

ହୃଦୟ ମୋର ପୁଲକେ

ପାର୍ଥିବ ଆନନ୍ଦ ପାଇ ଅସୀମ

ପାଳେ ସଂସାରର ଧରମ

ଅମୃତମୟ ମୋ ପ୍ରିୟାର ପ୍ରେମ

ଜୀବନର ଯଉବନ ଫୁଲ

ମୋ ପାଇଁ ଅମୂଲ ମୂଲ

ଅଙ୍ଗ ରଙ୍ଗ ତାର ମହକେ

ମୋ ଭାବ ଭାବନାର ମୂଲକେ

ମନ ବୃନ୍ଦାବନେ ରଚି ନିତ୍ୟରାସ

ଭରିଦିଏ ମୋ ପ୍ରାଣେ ଆନନ୍ଦ ଉଲ୍ଲାସ

ଚଉଦ ଭୁବନ ମୁଁ ଭ୍ରମେ

ଷଡ଼ଋତୁ ପରିବର୍ତ୍ତନର କ୍ରମେ

କର୍ମ କ୍ଳାନ୍ତିର କ୍ଳେଶ ଖେଦ

ମନ ଗହନର ଅବସାଦ

ହୁଏ ମୋର ଉପସମ

ମଧୁମୟ ଲାଗେ ଧରାଧାମ

ସେ ଅନନ୍ୟ ହୁଏ ମୁଁ ଧନ୍ୟ

ଦିଏ ପ୍ରକୃତ ଭଲ ପାଇବାର ମାନ୍ୟ

ମୋ ପ୍ରିୟାର ପ୍ରେମ

ନିଷ୍ପାପ ନିଷ୍କଳଙ୍କ ସ୍ଫଟିକ ପ୍ରତିସମ

ମାଟିର ବୈକୁଣ୍ଠରେ ନାହିଁ କିଛି

ଗୁଣମାନରେ ଦେବାକୁ ବାଛି

ସେ ତ ଫଗୁଣର ଉପବନ

ମୃଦୁ ମଳୟର ମଧୁ ଚୁମ୍ବନ

ସବୁଠୁ ଲାଗେ ମୋତେ ଉତ୍ତମ

ମୋ ପ୍ରାଣପ୍ରିୟାର ପ୍ରେମ

ତା' ରୂପ ଲାବଣ୍ୟ ଆକର୍ଷେ

ପହଞ୍ଚେ ମୁଁ ସଫଳତାର ଶୀର୍ଷେ

ତା' ବିନା ବିରହର ଅନ୍ତର୍ଦାହ

ଥମିଯାଏ ଜୀବନର ପ୍ରବାହ

ଦିଏ ସେ ପ୍ରେରଣା ଯୋଗାଏ ଇନ୍ଧନ

ପ୍ରିୟା ମୋ ପ୍ରାଣର ସ୍ପନ୍ଦନ

ପାଏ ମୁଁ ସମ୍ମାନ ବଢ଼େ ସୁନାମ

ଶାଶ୍ଵତ ମୋ ପ୍ରିୟାର ପ୍ରେମ

ତା' ଲାଗି ଯଶ ଗୌରବ ମୁଁ ଅରଜେ

ପାଏ ମୁଁ ଯେବେ ଯା' ଖୋଜେ

ତା' ପ୍ରେମ ପ୍ରୀତିର ମୁରୁଜେ

ମିଳିଥାଏ ଶାନ୍ତି ତୃପ୍ତି ସନ୍ତୋଷ

ହୁଏ ମୋ ପ୍ରତିଭାର ବିକାଶ

ମୋ ଦୁନିଆଁ ହସେ

ସୁଧାଧାରା ସଦା ବରଷେ

ଓଳିକର ନିମିତ୍ତ ମାତ୍ର ଏ ଜୀବନେ

ଭାବ ବିନିମୟ କରେ ମୁଁ ପବିତ୍ର ମନେ

ଅନୁଭବ ହୁଏ ସାର୍ଥକ ମୋ ଜନମ

ପାଇ ମୋ ପ୍ରିୟାର ପ୍ରେମ।


Rate this content
Log in

Similar oriya poem from Romance