STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ନୀଳଚକ୍ର

ନୀଳଚକ୍ର

1 min
319

      


ନୀଳାଚଳ ଧାମେ ଉଭା ପ୍ରଭୁ ନୀଳମାଧବ

 ସେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଚୂଡାରେ

ନୀଳଚକ୍ର ସର୍ବକାଳେ ଶୋଭେ ତାଙ୍କର,

  ସେ ଯେ ଦେବାୟୁଧ ସୁଦର୍ଶନ ଚକ୍ର 

    ପତିତପାବନବାନାର ଧାରକ

 ଉଡୁଥାଏ ସଦା ସେ ଧ୍ଵଜା ଫରଫର।

    ପ୍ରତ୍ୟହ ଶୁଭ ସନ୍ଧ୍ୟା ପୂର୍ବରୁ

ଓଲାଗି କରି ଉଡ଼ାଯାଏ ନୂତନ ନେତ

ସୁନ୍ଦର ଶୋଭା ତାର ଆକର୍ଷି ନିଏ ନେତ୍ର, 

   ବର୍ଣ୍ଣରେ ସେ ବାନା ହୋଇଥାଏ 

     ଗାଢ଼ ନାଲି ଅବା ହଳଦିଆ 

 ଦର୍ଶନରେ ମନ ପ୍ରାଣ ହୁଅଇ ପବିତ୍ର।

  ସେ ନୀଳଚକ୍ରେ ଉଡ଼ୁଥିବା ନେତ

 ଦିନଟିରୁ ଅଧିକ ରହେନା ମନ୍ଦିରରେ,

 ମଧ୍ୟଭାଗେ ତାର ଅଙ୍କିତ ହୋଇଥାଏ

   ଚନ୍ଦ୍ର ବିନ୍ଦୁ ଶ୍ଵେତ ରଙ୍ଗରେ।

  ନୀଳଚକ୍ରର କେନ୍ଦ୍ରସ୍ଥଳେ ସ୍ଥିତ

ସେ ବୃତ୍ତାକାର କ୍ଷେତ୍ର ମଧ୍ୟେ ଆଠ ଅର,

 ଅର୍ଦ୍ଧେକରେ ଲୁହା ଆଉ ଅର୍ଦ୍ଧେକରେ

ସୁନା ରୂପା ତମ୍ବା ଦସ୍ତା ସୀସା ଥାଏ ମିଶ୍ରିତ

  ରଙ୍ଗ କରା ଯାଇଥାଏ ମନୋହର।

   ନୀଳଚକ୍ରେ ଉଡୁ ନଥିଲେ ଧ୍ଵଜା

ମହାପ୍ରଭୁଙ୍କୁ ଅର୍ପଣ କରା ଯାଏନା ଭୋଗ,

  କୌଣସି କାରଣରୁ ଜୀଉମାନଙ୍କୁ

 ସମର୍ପିତ ହୋଇ ନ ପାରିଲେ ଭୋଗ 

ପୂଜାପଣ୍ଡା ଅର୍ପିଥାନ୍ତି ନୀଳଚକ୍ରଙ୍କୁ ଆଗ।

  ଚକ୍ର ମଣୋହି ନାମେ ତା ନାମିତ

ସର ଘରେ ତିଆରି ବିଭିନ୍ନ ପ୍ରକାର ମିଠା,

 ବାହାର ବେଢ଼ାରେ ନୀଳଚକ୍ରଙ୍କୁ ଅର୍ପି

 ବିକ୍ରି ଲାଗି ପଠାହୁଏ ଆନନ୍ଦବଜାରକୁ 

  ରଖି ବିଧି ବିଧାନର ସବୁ ନିଷ୍ଠା।

 ପ୍ରତ୍ୟେକ ମାସ ଏକାଦଶୀ ତିଥିରେ

ନୀଳଚକ୍ର ଉପରକୁ ଉଠା ହୁଏ ମହାଦୀପ,

   ସେ ଆଲୋକର ମହାଜ୍ୟୋତି

 ପ୍ରଭୁଙ୍କର କରୁଣାର ପ୍ରତୀକ ସ୍ଵରୂପ।

ନୀଳଚକ୍ରର ସେବକ ଅଟନ୍ତି ଗରୁଡ଼ସେବକ

    ବଢ଼େଇ ଜାତୀୟ ଶୂଦ୍ର ଜନ,

  ଇଷ୍ଟଦେବ ତାଙ୍କର ଅଟନ୍ତି ଯେ ଗରୁଡ଼

   ଜଗତ କହେ ଯା'ଙ୍କୁ ବିନତାନନ୍ଦନ।

ପ୍ରଭୁ ଗରୁଡ଼ଦେବଙ୍କୁ ସ୍ମରଣ କରି ସେବକ 

   ନୀଳଚକ୍ରରେ ଧ୍ଵଜା ବାନ୍ଧିବା

ସହିତେ ପୂଜା ଅର୍ଚ୍ଚନା କରିବା ପାଇଁ

ଶ୍ରୀମନ୍ଦିର ଗାତ୍ର ଉପରେ କରନ୍ତି ଆରୋହଣ,

 ଧ୍ଵଜା ବାନ୍ଧି ସାରି ଶ୍ରୀମନ୍ଦିରକୁ ପଛ କରି

  ସେମାନେ କରିଥାଆନ୍ତି ଅବତରଣ।

   ନୀଳଚକ୍ର ଚକ୍ରଧର ମହାପ୍ରଭୁଙ୍କର 

     ସୁଦର୍ଶନ ଚକ୍ରର ପ୍ରତୀକ,

  ଜଗତ ଜନର କଲ୍ୟାଣରେ ସତତ

    ହୋଇଥାନ୍ତି ପଥ ପ୍ରଦର୍ଶକ।

   ନୀଳାଚଳବାସୀ ନୀଳମାଧବଙ୍କୁ

 ଅନ୍ତରରୁ ଭକ୍ତି ଅର୍ଘ୍ୟେ କରେ ପ୍ରଣାମ,

  ତାଙ୍କର କରୁଣା ବାରି ବର୍ଷଣରେ

ମଧୁମୟ ହୋଇ ରହୁ ସମଗ୍ର ଧରାଧାମ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract