STORYMIRROR

Dambaru Dhar Pattnaik

Abstract

4  

Dambaru Dhar Pattnaik

Abstract

ଉଦ୍ବୋଧନୀ

ଉଦ୍ବୋଧନୀ

1 min
26.6K


ଉଦ୍ବୋଧନୀ

ଡମ୍ବରୁଧର ପଟ୍ଟନାୟକ

 

ଉଠ ହେ ଓଡ଼ିଆ ଉଠ,

ଆଳସ୍ୟ ତେଜି ହୁଅ ଚଂଚଳ,

ତୁମ ଦେହେ ପରା ଶତସିଂହ ବଳ,

କାହିଁକି କରୁଛ ମଠ?

 

ଓଡ଼ିଆ ଭାଷାକୁ ଆଧାର କରି

ଋାଜ୍ୟ ଗଢ଼ିଥିଲେ ଆମ ପୂର୍ବସୁରୀ

ସ୍ୱତନ୍ତ୍ର ପ୍ରଦେଶେ ପରଦେଶୀ ଭାଷା

ଚଳାଇଛି ସରକାର,

ଅଶୀଏ ବର୍ଷର ଗୋଲାମୀରୁ ମୁକ୍ତି

ପାଇଁ ତୁ ଲଢେଇ କର ।

 

ନିଜର ଗୋଟିଏ ମାତୃଭାଷା ଥାଉଁ

ତୁ କିଆଁ ଶାସିତ ଇଂରାଜୀରେ ହେଉଁ

ମାତୃଭାଷା ତୋର ନ୍ୟାଯ୍ୟ ଅଧିକାର

କଂଠ ଫଟାଇ ତୁ ମାଗ୍,

କେତେଦିନ ଆଉ ଠକିହେଉଥିବୁ

ଜାଗ ହେ ଓଡ଼ିଆ ଜାଗ୍ ।

 

ଭୋଟ୍ ଦେଇ ତୁ ଗଢିଚୁ ସର୍କାର

ସେଇଥିରେ ତୋର ପୂରା ଅଧିକାର

ତୋ ଭାଷାରେ ତୋତେ ଶାସନ ନକଲେ

ଯାହା ବୁଝିବୁ ତୁ ଶୂନ୍,

ଇଂରେଜୀ ଭାଷାରେ ତୋତେ ଠକିବାକୁ

ଚାଲେ ଓଡ଼ିଶା ଶାସନ ।

 

ଏଣୁ ଆଉ ବେଶୀ ସହିବାର ନାହିଁ,

ଦାବି କର ମାତୃଭାଷା ଲାଗୁ ପାଇଁ

ବାବୁଭାୟାଙ୍କର ଛନ୍ଦ କପଟ

ଏଇଠୁ ହେଉ ହେ ଶେଷ,

ମାତୃଭାଷାରେ ଶାସନ ପାଇଁକି

ଦାବି କର ଅହର୍ନିଶ ।

-୦-

ବାଣିଜ୍ୟକର ବିଭାଗ, ଗୁଣପୁର-୭୬୫୦୨୨

ଭ୍ରାମ୍ୟଭାଷ-୯୪୩୮୬୧୦୮୧୧


Rate this content
Log in

Similar oriya poem from Abstract