Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambaru Dhar Pattnaik

Others

4  

Dambaru Dhar Pattnaik

Others

ଚିରି ଭିତରେ ଦେଖ କି ନାରଖାର

ଚିରି ଭିତରେ ଦେଖ କି ନାରଖାର

1 min
13.3K


ଚିରି ଭିତରେ ଦେଖ କି ନାରଖାର

ଡମ୍ବରୁଧର ପଟ୍ଟନାୟକ

 

ତମେ କେଉଁ ଆଦର୍ଶ କଥା କହୁଛ ବିମ୍ବାଧର !

ଯାବତ ଦୁର୍ନୀତିକୁ ଘୋଡାଇଥିବା

ଟୋପି ଆଉ ଖଦଡ ଚାଦରରେ ବିଜ୍ଞପିତ ଆଦର୍ଶ

ନା କେଲେଙ୍କାରୀକୁ କୋଳେଇଥିବା

ଗେରୁଆ ଲୁଗା, ଚିତା ତିଳକର ଆଦର୍ଶ ?

ବିଦ୍ୟା ନାମରେ ବିଭେଦତାର ବର୍ଣ୍ଣବୋଧ

ଶିଖାଉଥିବା ଅନୁଷ୍ଠାନର ଆଦର୍ଶ ନା

ସତୀତ୍ୱର ଶ୍ୱେତବସ୍ତ୍ରରେ ଆଚ୍ଛାଦିତ

ବହୁଭୋଗୀ ଦେହର ଆଦର୍ଶ !

ଜନତାଙ୍କ ପାଇଁ ଗୋଟେ ଆଉ

ନିଜ ପରିବାର ପାଇଁ ଠିକ୍ ତାର ବିପରୀତ

ଆଚରଣର ଆଦର୍ଶ ନା

କୁରୁଘର ଖାଇ ପାଣ୍ଡବଘର

ଚିନ୍ତା କରୁଥିବା ଆଦର୍ଶ ?

 

ବିମ୍ବାଧର ! ଆଦର୍ଶ ନାମରେ

ଯେତେସବୁ ଶୁଖିଲା ନଈରେ ଗାଧୋଇବାର

ନିଖୁଣ ଅଭିନୟ କରୁଥିବା ଆମେ ସବୁ

ଗୋଟେ ଗୋଟେ ନିର୍ଘାତ୍ କଳାକାର ।

 

ଆଉ କାହାକୁ କାହିଁକି କହିବା ?

ସ୍ତ୍ରୀ ପିଲାଛୁଆଙ୍କୁ ନିତି ମିଛ କହିଆସୁଥିବା

ଆଦର୍ଶ ସ୍ୱାମୀମାନେ ଆମେ,

ଘରକୁ ତ ବେଶ୍ ସଜେଇଦେଇଛୁ

ଆଦର୍ଶମାନଙ୍କର ଆବକ୍ଷ ପ୍ରତିଚ୍ଛବିରେ ।

 

ବିମ୍ବାଧର ! ଏତିକି ତ ମନେପକାଅ-

“ଚିରି ଭିତରେ ଦେଖ କି ନାରଖାର ।”

-୦-

 


Rate this content
Log in