STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ସତ୍ ଚିନ୍ତା

ସତ୍ ଚିନ୍ତା

1 min
185

      

    ( ରାଗ -- କଳହଂସ କେଦାର )


  


ମୁଁ ମୋ ଶରୀରରେ ଏକୋଇ ମାଲିକ,

      ମୁଁ ଜୀବାତ୍ମା ଏ ଜୀବନର ରକ୍ଷକ ଯେ,

ଶରୀରର ଭିତରେ କରିଛି ବାସ,

     ମନ ଇନ୍ଦ୍ରିୟ ସବୁ ତାହାରି ବଶ ଯେ।୧।

ମୁଁ ଅଜର ଅମର ଅବ୍ୟୟ ଆତ୍ମା,

       ଅକ୍ଷୟ ଅସୀମ ତାହାର ମହିମା ଯେ,

ମୁଁ ସ୍ବାଧୀନ ସ୍ଵତନ୍ତ୍ର ସର୍ବଦା ମୁକ୍ତ,

   ଅମୃତ ରସରେ ମୋ ଶରୀର ସିକ୍ତି ଯେ।୨।

ମୋ ଦେହରେ ନାହିଁ କିଛି ଜରା ବ୍ୟାଧି,

       ପବିତ୍ର ଆତ୍ମା ଦିଏ ବିବେକ ବୁଦ୍ଧି ଯେ,

ମୁଁ ନିରୋଗ ନିର୍ବିକାର ନିରାମୟ,

    ସ୍ବଚ୍ଛ ନିର୍ମଳ ନିଷ୍ପାପ ମୋ ହୃଦୟ ଯେ।୩।

ମୋ ଇଷ୍ଟ ଜଗନ୍ନାଥ ବଡ଼ ଠାକୁର 

        କାହାରି ଗର୍ବ କରନ୍ତିନି ସ୍ଵୀକାର ଯେ,

ସେ ନିରପେକ୍ଷ ନ୍ୟାୟବନ୍ତ ଶାସକ 

    ଏ ସାରା ସଂସାରର ସିଏ ରକ୍ଷକ ଯେ।୪।

ସେ ଭଗବାନ କରନ୍ତି ଭାଗ୍ୟବାନ,

     ଆତ୍ମା ରୂପେ ଘଟେ ଥାଇ ବିଦ୍ୟମାନ ଯେ,

ତାଙ୍କ ନିର୍ଦ୍ଦେଶରେ ମୁଁ ଅନୁପ୍ରାଣିତ 

      ହୋଇ କରୁଥିବି କରମ ଉଚିତ ଯେ।୫।

ସତ୍ୟ ପଥେ ଥିଲେ ଦିଅନ୍ତି ଆଶିଷ,

      ପ୍ରଭୁ ସ୍ଵୟଂ ମୋର ଭରସା ବିଶ୍ଵାସ ଯେ,

ହୋଇ ସିଏ ମୋର ଜୀବନର ରସ ଯେ,

    ପ୍ରତିଭା କରାନ୍ତି ସମାଜେ ବିକାଶ ଯେ,।୬।

ତାଙ୍କ ଚରଣରେ ନେଇ ମୁଁ ଶରଣ 

        ହୃଦୟର ଭାବ କରଇ ଜଣାଣ ଯେ,

ପାଳି ନିୟତିର ନୀତି ଓ ନିୟମ,

   ସଂସାରରେ ରଖିବି ମୁଁ ମୋ ଧରମ ଯେ।୭।

ଛାଡ଼ି ମିଛ ମାୟାର ଚିନ୍ତା ଦୁଃଚିନ୍ତା ଯେ 

      ସତ୍ ଚିନ୍ତାରେ କରେ ମୁଁ ଅନୁଚିନ୍ତା ଯେ।

ସେ ଦୁଃଖ ଯନ୍ତ୍ରଣା ଦେଇଥାନ୍ତି ନାଶି,

      ମହା ବିପଦରୁ ରଖିଥାନ୍ତି ଆସି ଯେ।୮।

ତାଙ୍କ ଆରାଧନେ ରଖି ମୋର ଧ୍ୟାନ,

         ସତତ କରୁଥିବି ନିଷ୍ଠା ସାଧନ ଯେ,

ତାଙ୍କୁ ମୁଁ ଜାଣିଲେ ଜଗତ ଜାଣିବି,

     ପ୍ରତିଭା ବିକାଶି ଆନନ୍ଦେ ରହିବି ଯେ।୯।

ତାଙ୍କ ବିନା ନାହିଁ ଗତି କି ମୁକତି,

         ଶରୀରକୁ ସିଏ ଦିଅନ୍ତି ଶକତି ଯେ,

ତାଙ୍କ ଠାରେ ଥିଲେ ଭକତିର ଧ୍ୟାନ,

   ଆତ୍ମା ପରମାତ୍ମାରେ ହୁଅଇ ଲୀନ ଯେ।୧୦।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract