STORYMIRROR

Prasanta kumar Hota

Romance

5  

Prasanta kumar Hota

Romance

ଆଜି କାହିଁ ଲାଗୁ ତୁହି ଅଲଗା

ଆଜି କାହିଁ ଲାଗୁ ତୁହି ଅଲଗା

1 min
561


ଆଜି କାହିଁ ଲାଗୁ ତୁହି 

ବୟସେ ଅବର

ଅଙ୍ଗେ ଅଙ୍ଗେ କୁମାରୀତ୍ଵ

ରଙ୍ଗେ କୋବିଦାର


ମୂଖ ମଣ୍ଡଳରେ ତୋର

ରୂପର ସାଗର 

ଅନିନ୍ଦିତ ଅପରୂପ

ଶୋଭା ମନୋହର


କେଉଁ ରୂପ ଶିଳ୍ପୀ ତୋତେ 

ଗଢିଥିଲେ ତୋଳି

ତୋର ରୂପ ସମ୍ଭାରରେ 

ଦେଲେ ଗନ୍ଧକଳୀ ।


ତୋର ଶିରୀ ଶୋଭା ପାଏ 

ପଟ୍ଟ ଚିତ୍ର ପରି

ତୋର ରୂପ ଆଙ୍କିଛି ସେ

କେତେ ରଙ୍ଗ ଧରି


ଗୋରା ତନୁ ଦେହ ତୋର 

ଅସ୍ତ ରବି ରଙ୍ଗେ 

ମଉନେ ବସିଛୁ ଦେଖି 

ମଦନ ବିହଙ୍ଗେ ।


ଯେତେ ରୂପ ଲାବଣ୍ୟରେ

ପାଇଛୁ ତୁ ଦେହ

ସଂଯମୀ କି ରହିପାରେ

ଛାଡ଼ି ତାର ମୋହ


ବସିବା ଠାଣିରେ ତୋର 

ଦିଶୁଛି ଗାରିମା

ଲୁଚିଯାଏ ଲଜ୍ଜା ପାଇ 

ପୂର୍ଣ୍ଣମୀ ଚନ୍ଦ୍ରମା


କାହାକୁ ଦେଖୁଛୁ ତୁହି 

ଦେଖୁ ଧ୍ୟାନ ଦେଇ 

କିଏ ସେହି ଭାଗ୍ୟବାନ

କହ ଅଛି କାହିଁ ।


ଏକ ନିଷ୍ଠା ଏକ ଲୟ

ମୁଦ୍ରାରେ ବସିଛୁ

ପ୍ରଭୁଙ୍କର ତେଜ କିବା

ବିଭୁତି ପାଇଛୁ ।


ଇଛା ମୋର ଦେଖିବାକୁ 

ଦେଖୁଥିବି ତୋତେ

ପୁଲକିତ ହେଉଥିବି 

ତନୁ ର ମହକେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance