STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ପ୍ରୀତି ସ୍ତାବକ

ପ୍ରୀତି ସ୍ତାବକ

1 min
200


ମନ ଆନମନା ହେଲେ ତା ମୂର୍ଚ୍ଛନା

ମନ ହୁଏ ସନ୍ତାପିତ

ମନୋଜ୍ଞ କି ବୁଝେ ହୃଦୟ ଆଲେଖ୍ଯ

ମନ ଯା'ର ଗୁଞ୍ଜରିତ।

କହିବାକୁ ସିନା ଆତ୍ମିକ ବନ୍ଧନ

ଚିର ଅମଳିନ ଧାରା

ଜୀବନ କି ନିତ୍ୟ ଶାଶ୍ଵତ ନିର୍ଝର

ଜୀବନ ତ ମାୟା ସୁରା।

କୁମୁଦିନୀ ଚାନ୍ଦ କମଳ ସୂରୁଜ

ଏ ପ୍ରେମ ପ୍ରତୀକ ମାତ୍ର

ମନୁଷ୍ଯ କି ବୁଝେ ସ୍ୱଧର୍ମେ ବିଧର୍ମ

ଚକୋରୀ ବରଷା ଝର।

ଆତ୍ମାର ମିଳନ କିଏ ଉପଲବ୍ଧ

ଅନୁଭବୀ ଅଧିଗତ

ଆଲିଙ୍ଗନ ସୁଖ ମଦନେ ମାଧୁକ

ଭବ୍ୟ ଭାବ ପ୍ରଣୋଦିତ।

ଦେହାତୀତ ପ୍ରେମ ନୁହେଁ ତ ନଶ୍ୱର

ବିପ୍ରଲମ୍ବେ ନାହିଁ ତୋଷ

ଅନୁଭବୀ ଜାଣେ ତନୁ ନିବିଡତା

ବିରହ କି ବିପ୍ରକର୍ଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance