STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ଦେଖୁଥାଏ ଯେବେ ତୋ ତନୁ ଆନନ୍ଦେ

ଦେଖୁଥାଏ ଯେବେ ତୋ ତନୁ ଆନନ୍ଦେ

1 min
213

ଦେଖୁଥାଏ ଯେବେ ତୋ ତନୁ ଆନନ୍ଦେ

ନାଚୁଥାଏ ମନ ସ୍ୟନ୍ଦନ ସ୍ପନ୍ଦନେ

ତୋ ଦେହ ଦେହରେ ଧୂମ ଆଭରଣ

ଧବଳିମା ପ୍ରାୟ ଦିଶେ ତୋ ଭୂଷଣ

ସତେ କିବା ବିଧି ଆଣିଥିଲା ତୋଳି

ଦେବାକୁ ରୂପାରେ ରୂପର କମଳୀ 

ସଲ୍ଲଜ ଭଙ୍ଗୀରେ ତୋ ଭଙ୍ଗୀ ଆନନ 

ସ୍ମିତ ହାସ୍ୟ ନିଏ ରୋମାଞ୍ଚେ ରୋହଣ


ତାରୁଣ୍ୟରେ ତୋର ତରିଛି ତୋ ରୂପ

ତୋ ଦେହ ଯୌବନ ଦେଉଛି ଉତ୍ତାପ

ମ୍ରିୟମାଣ ମୋର ପୌରୁଷ ପାରୁଷ୍ୟ 

ନୈମିଷ ମିଳନ ନହେଉ ନହୂଷ

ତୋ ଚାରୁ ଛବିରେ ହେବାକୁ ତୋ ସମ

ରମ୍ଭା ମେନକା ବି ତୋଠାରେ ନିଉନ 

ତୋ ଚାରୁ ରୁଚିର ମନୋଜ୍ଞ ମାଧୁର

ତୋ ଚାରୁ ଭ୍ରୂଲତା ଅନିନ୍ଦ୍ୟ ଆଧାର ।।


ନୟନରେ ତୋର ନୟନ ଅଞ୍ଜନ

ଟାଣେ କାମ ବାଣ ନୟନାଭିରାମ

ନୟନେ ନୟନ ଦେଖୁଥିଲେ ଆନ 

ନୟନରେ ତନୁ ତୋଷାଏ ତକ୍ଷଣ

ଦେଖିଲେ ତୋ ରୂପ ଭାବେ ରତିକାନ୍ତ 

ଦେଖୁଥାନ୍ତା ତୋତେ ହୋଇ ହଇରତ

ହୁଅନ୍ତା କି ଉଭା ମଧୁକର ହୋଇ

ଅଭିସାର ରଚି ରହନ୍ତା ଅନାଇ ।


କବରୀ କବନ୍ଧେ ଖସିଗଲେ ଧିରେ

କବଳିତ ହୁଏ ସୌନ୍ଦର୍ଯ୍ୟ ଶିଖରେ

ଗଭାରେ ଗଭସ୍ତି ଗଜରା ମହକ

କଳା କେଶ ଯେହ୍ନେ କୁଚକୁ ଆବୃତ

ତୋତେ ଯେ ଦେଖିବ ରହିବ କି ଗତି 

ଯଉବନ ସୁରା ଜୀବନ ଅଶାନ୍ତି 

ପିଇ ହେଉଥିବେ ମତୁଆଲା ଯେତେ 

ରୂପ ପିଆଲା ରେ ପିଉଥିବେ ସେତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance