ଦେଖୁଥାଏ ଯେବେ ତୋ ତନୁ ଆନନ୍ଦେ
ଦେଖୁଥାଏ ଯେବେ ତୋ ତନୁ ଆନନ୍ଦେ
ଦେଖୁଥାଏ ଯେବେ ତୋ ତନୁ ଆନନ୍ଦେ
ନାଚୁଥାଏ ମନ ସ୍ୟନ୍ଦନ ସ୍ପନ୍ଦନେ
ତୋ ଦେହ ଦେହରେ ଧୂମ ଆଭରଣ
ଧବଳିମା ପ୍ରାୟ ଦିଶେ ତୋ ଭୂଷଣ
ସତେ କିବା ବିଧି ଆଣିଥିଲା ତୋଳି
ଦେବାକୁ ରୂପାରେ ରୂପର କମଳୀ
ସଲ୍ଲଜ ଭଙ୍ଗୀରେ ତୋ ଭଙ୍ଗୀ ଆନନ
ସ୍ମିତ ହାସ୍ୟ ନିଏ ରୋମାଞ୍ଚେ ରୋହଣ
ତାରୁଣ୍ୟରେ ତୋର ତରିଛି ତୋ ରୂପ
ତୋ ଦେହ ଯୌବନ ଦେଉଛି ଉତ୍ତାପ
ମ୍ରିୟମାଣ ମୋର ପୌରୁଷ ପାରୁଷ୍ୟ
ନୈମିଷ ମିଳନ ନହେଉ ନହୂଷ
ତୋ ଚାରୁ ଛବିରେ ହେବାକୁ ତୋ ସମ
ରମ୍ଭା ମେନକା ବି ତୋଠାରେ ନିଉନ
ତୋ ଚାରୁ ରୁଚିର ମନୋଜ୍ଞ ମାଧୁର
ତୋ ଚାରୁ ଭ୍ରୂଲତା ଅନିନ୍ଦ୍ୟ ଆଧାର ।।
ନୟନରେ ତୋର ନୟନ ଅଞ୍ଜନ
ଟାଣେ କାମ ବାଣ ନୟନାଭିରାମ
ନୟନେ ନୟନ ଦେଖୁଥିଲେ ଆନ
ନୟନରେ ତନୁ ତୋଷାଏ ତକ୍ଷଣ
ଦେଖିଲେ ତୋ ରୂପ ଭାବେ ରତିକାନ୍ତ
ଦେଖୁଥାନ୍ତା ତୋତେ ହୋଇ ହଇରତ
ହୁଅନ୍ତା କି ଉଭା ମଧୁକର ହୋଇ
ଅଭିସାର ରଚି ରହନ୍ତା ଅନାଇ ।
କବରୀ କବନ୍ଧେ ଖସିଗଲେ ଧିରେ
କବଳିତ ହୁଏ ସୌନ୍ଦର୍ଯ୍ୟ ଶିଖରେ
ଗଭାରେ ଗଭସ୍ତି ଗଜରା ମହକ
କଳା କେଶ ଯେହ୍ନେ କୁଚକୁ ଆବୃତ
ତୋତେ ଯେ ଦେଖିବ ରହିବ କି ଗତି
ଯଉବନ ସୁରା ଜୀବନ ଅଶାନ୍ତି
ପିଇ ହେଉଥିବେ ମତୁଆଲା ଯେତେ
ରୂପ ପିଆଲା ରେ ପିଉଥିବେ ସେତେ ।।