STORYMIRROR

Prasanta kumar Hota

Others

4  

Prasanta kumar Hota

Others

ଶିବ ଶିବ ହର ହର

ଶିବ ଶିବ ହର ହର

1 min
378

ତୈଲୋକ୍ୟ ଈଶ୍ବର ତ୍ରୀଲୋଚନେଶ୍ୱର 

ଶିବ ଶିବ ହର ହର

ଯୋଗୀଙ୍କର ଯୋଗୀ ସେ'ତ ମହାଯୋଗୀ

ଦେବ ଦେବ ମହେଶ୍ବର

ଦୟାକର କୃପାକର

ପିନାକ ଭୂଷିତ ଡମ୍ବରୁଧାରକ

ହେ ଭଷ୍ମ ଲେପିତ ହର

କରୁଣା ଏତିକି କର ଆଶୁତୋଷ 

ପାଇବି ଆଶିଷ ବର ।


ହେ ଶିବ ଶଙ୍କର ଦେବଙ୍କ ଈଶ୍ବର 

ଭୋଳାନାଥ ସୋମେଶ୍ଵର

କରୁଛି ଭକତି ତୋ ପାଦେ ପ୍ରଣତି 

ନିତି ପ୍ରଭୁ ନିରନ୍ତର

ଦୟାକର କୃପାକର

ଦେବଦେବ ମହାଦେବ ହେ ଈଶ୍ଵର 

ଶ୍ମଶାନର ଅଧୀଶ୍ବର

କରୁଣା ଏତିକି କର ଆଶୁତୋଷ 

ପାଇବି ଆଶିଷ ବର ।


ପାର୍ବତୀ ନାୟକ ଶଶାଙ୍କ ସାରକ

କୃତ୍ତିବାସ ରାମେଶ୍ଵର 

ମହା ମୃତ୍ୟୁଞ୍ଜୟ ମନ୍ତର ଈଶ୍ବର 

ହେ ଦେବ ଓଁକାରେଶ୍ଵର

ଦୟାକର କୃପାକର

ସଂସାର ଉଦ୍ଧାର କାରକ ଈଶ୍ବର 

ପର୍ଶୁଧର ଦିଗାମ୍ବର

କରୁଣା ଏତିକି କର ଆଶୁତୋଷ 

ପାଇବି ଆଶିଷ ବର ।


ନୀଳକଣ୍ଠେଶ୍ଵର ହେ ଚନ୍ଦ୍ରଶେଖର

ହେ ରୁଦ୍ର ଘୋଷମେଶ୍ୱର

ଗଜାନନ ତାତ ପ୍ରଭୁ ବିରୁପାକ୍ଷ

ଉମାପତି ଉମେଶ୍ୱର

ଦୟାକର କୃପାକର

ତୁମେ ଲିଙ୍ଗରାଜ ପ୍ରଭୁ ଭୂତନାଥ

ଜୟ ଜୟ ଗଙ୍ଗାଧର

କରୁଣା ଏତିକି କର ଆଶୁତୋଷ 

ପାଇବି ଆଶିଷ ବର ।


ଯୋଗେନ୍ଦ୍ର ଗିରିଶ ଯୋଗୀଙ୍କ ଯୋଗେଶ

ଆଖଣ୍ଡଳ ମଣେଶ୍ୱର 

ହେ ଚନ୍ଦ୍ରଶେଖର ହେ ତ୍ର୍ୟମ୍ବକେଶ୍ଵର 

ହେ କେଦାର ନାଥେଶ୍ୱର

ଦୟାକର କୃପାକର

ଆହେ ଶୂଳଧର ନନ୍ଦୀ ଭୃଙ୍ଗୀଶ୍ୱର

ଅଧୀଶ୍ବର କୈଳାସ ର

କରୁଣା ଏତିକି କର ଆଶୁତୋଷ 

ପାଇବି ଆଶିଷ ବର ।


କରୁଣା ଏତିକି କର

କରୁଣା ଏତିକି କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍