STORYMIRROR

Prasanta kumar Hota

Romance

4  

Prasanta kumar Hota

Romance

କଲେଜ ସମୟର କଥା

କଲେଜ ସମୟର କଥା

1 min
267


ଅନ୍ତିମ ବରଷ ସେହି କଲେଜର ଦିନ 

ଇଛା ହେଲା କାହିଁ ମୋର ହୃଦୟରେ ପ୍ରେମ

ଲୁଚି ଲୁଚି ଦେଖିଲି ମୁଁ ମୋ ଶ୍ରେଣୀ ତରୁଣୀ 

ଦେଖୁଥିଲା ସେ ବି ବୋଧେ ମୋର ମନ ଜାଣି। 

ଦେଖୁଛି ସେ ମୋତେ ଭାବି ମନେ ଖୁସି ହେଲି

ବନ୍ଧୁଙ୍କୁ ବିଶ୍ଵାସେ ନେଇ ମୋକଥା କହିଲି 

ଆଗ୍ରହରେ ପଚାରିଲେ ଝିଅ କି ସୁନ୍ଦରୀ 

ସତରେ ଦେଖୁଛି ତୋତେ ପ୍ରେମରେ ଯେପରି 

ଉତ୍ସାହ ମୁଁ ମନେ ପାଇ ଦେଖାଇଲି ଯେବେ 

କହୁଥାନ୍ତି ହସି ମୋତେ ଦେଖୁ ନାହିଁ ତୋତେ 

ଆଶ୍ଚର୍ଯ୍ୟ ଚକିତ ହୋଇ ଭାବନାରେ ଗଲି

ଭାଗ୍ୟାକାଶେ କଳା କଳା ବାଦଲ ଦେଖିଲି 

ଦୁଃଖ ଦେଖି ବନ୍ଧୁ ଜଣେ କହିଲେ ଅୟନେ 

ସେ କାହୁଁ ଦେଖିବ ତୋତେ ଦେଖ ତା ନୟନେ 

ଦେଖ ଥରେ ଆଖି ଭରି ଦେଖୁଛି କିପରି 

ଦେଖେନାହିଁ କେବେ ସିଏ କାହାକୁ ସେପରି 

ଶୁଣି ମୋର ହୃଦୟରେ ହେଲା ହୃଦାଘାତ 

ଦେଖୁନାହିଁ ମୋତେ ବୋଲି ପାଇଲି ବିଷାଦ

ଆଖିରେ ଆଖିରେ ଦିନେ ଦେଖିଲି ବିଚାରି 

ଭାଙ୍ଗିଗଲା ପ୍ରେମ ମୋର ଜାଣି ତାକୁ ଟେରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance