Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

4  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-08 : ପ୍ରିୟତମା : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-08 : ପ୍ରିୟତମା : -ଡକ୍ଟର କୃତ୍ତିବାସ ନାୟକ

1 min
377



ମୋର ପ୍ରିୟତମା ରୂପଟି ସୁନ୍ଦର ମଧୁର ଲାଗେ ତା' କଥା,

ଚାଲିଗଲେ ସିଏ ଫୁଲ ସିନା ଫୁଟେ ମୋ ମନରେ ଲାଗେ ବ୍ୟଥା | (ଘୋଷା)


ଅଳପ ହସିଲେ ଚହଲି ଯାଏ ମୁଁ ତା' ପାଖକୁ ଘୁଞ୍ଚିଆସେ,

ଆଉ କିଏ କାଳେ ଦେଖିବ ଆମକୁ ଛାତିରେ ଛନକା ପଶେ |

ଶୀତଦିନେ ମୋର ଝାଳ ବହିଯାଏ ପାଟିହୁଏ ଅଠା ଅଠା,

ମୋର ପ୍ରିୟତମା ରୂପଟି ସୁନ୍ଦର ମଧୁର ଲାଗେ ତା' କଥା | (1)


ତା'ର ନାମ ମୋତେ ଆନମନା କରେ ଆଖିରେ ତାହାର ଯାଦୁ,

ଗୋଲାପୀ ଓଠରେ ଅକୁହା କାହାଣୀ ଗୀତରେ ରହିଛି ମଧୁ |

ମୋ ପ୍ରିୟା ହୃଦୟ ଫୁଲଠୁ କୋମଳ ତା' ହାତ ପରଶ ମିଠା |

ମୋର ପ୍ରିୟତମା ରୂପଟି ସୁନ୍ଦର ମଧୁର ଲାଗେ ତା' କଥା |(2)


× × × × ×                   

             ,

ନିବିଡ଼ ଅନ୍ଧାରେ ଦେଖିବାକୁ ଚାହେଁ, ତୁମର ଚନ୍ଦ୍ର ବଦନ | (ଘୋଷା)


ଆଲୋକକୁ ମୋତେ ଭାରି ଡରଲାଗେ ଆଉ କିଏ ଦେଖିନେବ?

ଦୀପ ଜଳିଲେ ବି ସହି ପାରିବିନି ମିଞ୍ଜି ମିଞ୍ଜି ଦିଶୁଥିବ |

ଅନ୍ଧାର ମୋ ପ୍ରିୟ ତୁମେ ମୋର ପ୍ରିୟା ଦୁହିଁଙ୍କ ହେବ ମିଳନ |

ଅମାବାସ୍ୟାକୁ ଭଲ ପାଉଛି ମୁଁ-ନିରୋଳା ଖୋଜେ ମୋ ମନ |(1)


ମଲ୍ଲୀଫୁଲ ବାସ ଅଗରୁ ଚନ୍ଦନ ପାଶେ ଥିଲେ କି ହୋଇବ ?

ମଧୁର ପରଶେ ମହକିବି ମୁହିଁ ମଳୟ ଆସି ଛୁଇଁବ |

ତୁମରି ଆଲୋକେ ଆଲୋକିତ ହେବି ଲୋଡ଼େନା ପୂନେଇଁ ଜହ୍ନ |

ଅମାବାସ୍ୟାକୁ ଭଲ ପାଉଛି ମୁଁ-ନିରୋଳା ଖୋଜେ ମୋ ମନ |(2)



Rate this content
Log in

Similar oriya poem from Romance