STORYMIRROR

Minata Barad

Romance

4  

Minata Barad

Romance

ମୋ ପ୍ରେମର ପାର୍ଶ୍ୱ

ମୋ ପ୍ରେମର ପାର୍ଶ୍ୱ

1 min
677

ମୋ ମନ କଥା ତତେ ନକହିବା

ମୋ ଭାବନା ତୋ ଆଗେ 

ଅଜାଡି ନଦବା

ମୋ ଅନିଦ୍ରାର କାରଣ ଖୋଜିବା

ମୋ ପ୍ରେମର ଗୋଟେ ପାର୍ଶ୍ୱ ।


ରାସ୍ତା ଉପରେ ତୋ ରାସ୍ତା ଦେଖିବା

ହାତରେ ଚକୋଲେଟ୍ ଟେ ଧରି

ତତେ ଅପେକ୍ଷା କରିବା

ତୋ ମେସେଜ୍ କୁ ଅପେକ୍ଷା କରିବା

ଗୋଟାଏ ମେସେଜ୍ କୁ ବାରମ୍ୱାର ପଢିବା

ବିନା କାରଣରେ ହସି ପକେଇବା

ତୋର ନିହାତି ସାଧାରଣ କଥାରେ

ଖୁସି ହେଇଯିବା

ମୋ ପ୍ରେମର ଗୋଟେ ପାର୍ଶ୍ୱ ।


ତୋ ଅଜାଣତ ରେ ତତେ କଣେଇ ଚାହିଁ ଦବା

ତୋ ସହ ଆଖି ମିଶିଗଲେ 

ଝାଳ ସୁଡୁବୁଡୁ ହେଇଯିବା

ତୋ ଆଗରେ ଗଲା ବେଳେ

ପ୍ରଶ୍ୱାସ ର ବେଗ ବଢିଯିବା

ତୋ ହାତରେ ଖାତା ଧରେଇ

ଅଜଣା ଯନ୍ତ୍ରଣା ଟେ ପାଇବା

ସବୁ କିଛି ମୋ ପ୍ରେମର ଗୋଟେ ପାର୍ଶ୍ୱ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance