STORYMIRROR

Minata Barad

Classics

2  

Minata Barad

Classics

ବାପା, ମୋ ମା’ ତୁମର କ’ଣ ହୋଇପାରେ?

ବାପା, ମୋ ମା’ ତୁମର କ’ଣ ହୋଇପାରେ?

1 min
198

ବାପା,

ମୋ ମା’ ତୁମର କ’ଣ ହୋଇପାରେ

ଧର୍ମପତ୍ନୀ, ନା ସ୍ୱୟଂଚାଳିତ ଯନ୍ତ୍ରଟେ

ଯେ ବିନା କିଛି ପ୍ରତିବାଦରେ

କାର୍ଯ୍ଯରତ ତୁମ ଗୃହରେ


ବାପା,

ମୋ ମା’ ତୁମର କ’ଣ ହୋଇପାରେ

ବାନ୍ଧବୀ, ନା ଆଦେଶ ମାନୁଥିବା ପ୍ରାଣୀଟେ

ଯେ ବିନା କିଛି ପ୍ରତିବାଦରେ

ସମସ୍ତଂକ ଆଦେଶ ମାନି ଚଳେ


ବାପା,

ମୋ ମା’ ତୁମର କ’ଣ ହୋଇପାରେ

ସହଧର୍ମିଣୀ, ନା ଆବଶ୍ୟକତା ପୂରଣ କରୁଥିବା 

ସଦସ୍ଯଟେ

ଯେ ବିନା କିଛି ପ୍ରତିବାଦରେ

ସମସ୍ତଙ୍କ ଆବଶ୍ୟକତା ପୂରଣ କରେ


ବାପା,

ମୋ ମା’ ତୁମର କ’ଣ ହୋଇପାରେ

ସୁଖ ଦୁଃଖର ସାଥି, ନା 

ଲୁହ ପିଇ ଯାଉଥିବା ନଦୀଟେ

ଯେ ବିନା କିଛି ପ୍ରତିବାଦରେ 

ସବୁ କଷ୍ଟ ସହି ଚାଲିଛି ଅକ୍ଳେଶରେ


ବାପା,

ତୁମେ ହିଁ କହିପାରିବ

ମୋ ମା’ ତୁମର କ’ଣ ହୋଇପାରେ

ମୁଁ କେବେ ପ୍ରଥମ ରୁପରେ ଦେଖିନି ତା'କୁ

ସବୁବେଳେ ତ ସେ ସଜେଇହେଇ ରହୁଚି

ଦ୍ଵିତୀୟ ରୂପଟାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics