STORYMIRROR

Minata Barad

Romance

3  

Minata Barad

Romance

କେବେ ବଦଳି ଦେଖିବା

କେବେ ବଦଳି ଦେଖିବା

1 min
239

ଚାଲ୍ କେବେ ବଦଳି ଦେଖିବା

ତୁ ମୁଁ କୁ ଆଉ ମୁଁ ତୁ କୁ!

ତାପରେ ହୁଏତ

ତୁ ବୁଝିପାରିବୁ

ମୋ ଭଲପାଇବାର ମର୍ମକୁ।


ମୁଁ ଭାଗ୍ଯବାନ ହେବି

ତୋ ପ୍ରେମର ଛିଟାରେ

ତୁ ବୁଡିଯିବୁ ମତେ ଭଲପାଇବାର

ଅଗଭୀର ସ୍ରୋତରେ।


ତୁ ତ ଅନେକ ବଦଳିଛୁ

କିନ୍ତୁ ଏମିତି ବଦଳିବା

ହୁଏତ ତୋ ପାଇଁ ନୂଆକଥା।

ମାତ୍ର ବଦଳି ଯିବା 

ତୋ ପାଇଁ ଏକ ସହଜ ପ୍ରଥା।


ହେଲେ ଇଏ କ’ଣ ସମ୍ଭବ ଅଟେ?

ଅସମ୍ଭବ ବି ତ ନୁହେଁ!


ତେବେ ଶୁଣିଯା ନା ମୋ ଅକୁହା କଥା

ଆଉ ଚାଲ୍ 

କେବେ ସତରେ ବଦଳି ଦେଖିବା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance