STORYMIRROR

Minata Barad

Fantasy

4  

Minata Barad

Fantasy

ତତେ କେବେ ଇଚ୍ଛା ହୁଏନି!

ତତେ କେବେ ଇଚ୍ଛା ହୁଏନି!

3 mins
460

ତୁ ଶାନ୍ତ ସ୍ନିଗ୍ଧ

ଝଡ ପୂର୍ବର ସମୁଦ୍ର ପରି

କିନ୍ତୁ କେବେ ତ

ଝାଡି ହେଇନୁ 

ପ୍ରଳୟଂକାରୀ ବତାଶ ପରି!


ସବୁବେଳେ ଚୁପ୍ ଚାପ୍

ଶରଳ ଉଦାର

ବିଶାଳ ଆକାଶ ପରି

କେବେ ତ ଦାଉ ସାଧିନୁ 

ଅମାନିଆ ବର୍ଷା ପରି।


ଏତେ ଧର୍ଯ୍ଯ ଦମ୍ଭ କୋଉଠି 

ରଖୁ ସାଇତି?

ଶାତ ତାଳ ପଂକ ତଳେ କି?

ଦିନେ ବୁଲେଇ ନେ ନା ମତେ!

ଦେଖି ଆସିବି ସେ ସହର

ଯୋଉଠି ରହିଛି ଖାଲି

ଧର୍ଯ୍ଯ ର ପାହାଡ।


ତୁ କେମିତି ହଜମ କରୁ?

ଏତେ ସବୁ ଅବାଧ୍ଯ କଥାକୁ

ଗିଳି ଯାଉ ଏତେ ଅପବାଦକୁ

ପିଇ ଯାଉ ଅଜସ୍ର ଅଶ୍ରୁ ବାରୀକୁ।


ମା’! 

କେବେ କ’ଣ ତତେ ଇଚ୍ଛା ହୁଏନି

ବାପାଂକ ପରି ରାଗିଯିବାକୁ!

ଭାଇ ପରି ଅମାନିଆ ହବାକୁ!

ମୋ ପରି ନିଷ୍ଠୁର ହବାକୁ!

ଚିତ୍କାର କରି କଥା କହିବାକୁ!


ଦରପୋଡା କାଠଟାକୁ ଫିଂଗି ଦେଇ

ଧୁଆଁଳିଆ ଚୁଲିଟାକୁ ପିଟି ଭାଂଗିବାକୁ!

ବାସନ ଗଦାଟା ବାରିଆଡେ ଫୋପାଡି ଦବାକୁ!

ସବୁ ମଇଳା ଲୁଗାରେ ନିଆଁ ଲଗେଇବାକୁ!

ଗରା ଦଉଡି ସବୁ କୂଅରେ ଛାଡି ଦବାକୁ!


କେଜାଣି ତୋ ମା’ ତତେ

କେଉଁ ଧାତୁରେ ଗଢିଛି

କାହିଁକି ତୁ ଏତେ ସହୁ?

କିଏ କ’ଣ ତତେ ବୁଝେ

ନା ତୋର ସହିଷ୍ଣୁତାକୁ

ପୁରଷ୍କାର ଦିଏ?


ମୁହଁ ବନ୍ଦ କରି

ଅପରାଧୀ ପରି ରହିଚୁ କାହିଁକି?

ତୋର କର୍ତ୍ତବ୍ଯ ପରାୟଣତାରେ

ଖୁସି ହେଇ ତତେ କିଏ 

ଧନ୍ଯବାଦ ଟିଏ ବି ଦିଏ କି?


ବାପାଙ୍କ ରାଗରେ ତାଳ ଦେଇ 

ତୁ ବି ଥରେ ରାଗିଯା

ଯବାବ ଦେ, ପ୍ରଶ୍ନର ଉତ୍ତର 

ଆଖିରେ ଆଖି ମିଶେଇ ଦେ।

ଏ କଥା କେତେ ବୁଝେଇଚି ତତେ

ସବୁ ହସରେ ଉଡେଇ ଦଉ

ଆଉ ଉତ୍ତର ଟେ ରଖୁ

କହିଲା ବାଲା ବଡ ନୁହେଁ

ସହିଲା ବାଲା ବଡ ହୁଏ। 


ମୁହଁ ଲୁଚେଇ କାନି ଭିଯେଇବା

ମୁଁ ତତେ ଅନେକ ଦେଖିଛି।

ଧୁପକାଠିର ଧୁଆଁ ପରି

ପବନରେ ମିଳେଇ ଯିବା ବି ଦେଖିଛି

ସଞ୍ଜସଳିତା ପରି

ଜଳୁଥିବାର ବି ଦେଖିଛି।


କିନ୍ତୁ ଆମ ବାଡିପଟ

କଣ୍ଟା ବାଇଗଣ ଗଛ ପରି 

ତତେ କେବେ ବି ଦେଖିନି।

ଯାହା ଦେହରେ ହାତ ଦେଲେ

କଣ୍ଟା ଫୁଟି ରକ୍ତ ଝରେ।


ତୁ ସେମିତି ହେଲେ

ହୁଏତ ତତେ ଦୁଃଖ ଦବା ଆଗରୁ 

ସମସ୍ତେ ଅନ୍ତତଃ ଥରେ ବି ଭାବନ୍ତେ।

ମା’ ତୁ ବଦଳି ଯାଆ ନା

ଦେଖିବୁ ତୋ ବିନା

ସମସ୍ତେ ପଂଗୁ ହୋଇ ବଂଚିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy