STORYMIRROR

Tushar Kanta Prasad

Romance Fantasy

4  

Tushar Kanta Prasad

Romance Fantasy

ସତ କଥା

ସତ କଥା

1 min
491

କଳ୍ପନା ରାଇଜ ଗଢ଼ିଥାଏ କବି,

କଲମ ମୁନରେ ଆଙ୍କି ତା ଛବି।

କେବେ ବାଢିଥାଏ ବିରହ ଯନ୍ତ୍ରଣା,

ପ୍ରେମିକ ହୃଦୟ କାହାଣୀ ଭାବି।।


ସ୍ବାଧୀନତା ପାଇଁ ଦେଇଥିଲା ଦିନେ,

ସଂଗ୍ରାମୀ ମନରେ ପ୍ରେରଣା ଭରି।

କେତେ କାଳଜୟୀ ରଚିଛି କାହାଣୀ,

ଲେଖକ ହାତରେ କଲମ ଧରି।।


କାହାର ଦୁଃଖକୁ କରଇ ନିଜର,

କାହା ମନେ ସୁଖ ଦେଇଛି ବୁଣି।

କାହାର ମନରେ କରିଛି ଆଘାତ,

ସତ କଥା କିଛି ଦେଲେ ବଖାଣି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance