Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance

3  

Birakishore Nayak

Romance

ପତିପତ୍ନୀ

ପତିପତ୍ନୀ

1 min
177


ଅତୀବ ବିଚିତ୍ର ସଂସାର ସୃଜନୀ

   ଧନ୍ୟ ସେହି କାରିଗର 

ପ୍ରକୃତି ପୁରୁଷ ଗଢ଼ିଛି ଯତନେ

   ସନାତନ ସୂକ୍ଷ୍ମତର |


ପ୍ରକୃତି ଯେ ନାରୀ ସୃଜନୀ କାରିଣୀ

   ପୁରୁଷର ସହଯୋଗୀ 

ଉଭୟଙ୍କ ପାଇଁ ସଂସାର ବଞ୍ଚିଛି

   ସୃଷ୍ଟିପାଇଁ ସହଭାଗୀ |


ଉଭୟଙ୍କ ଠାରେ ଭରି ଯେ ରହିଛି

   ଚୁମ୍ବକୀୟ ଆକର୍ଷଣ 

ପରସ୍ପରେ ଯେବେ ବାନ୍ଧି ହୋଇଯାନ୍ତି

   ହୁଅନ୍ତି ସୃଷ୍ଟି କାରଣ |


ସଂସାରେ ସମାଜ ଯେବେ ଗଢ଼ା ହେଲା

   ପରିବାର ସୃଷ୍ଟି ହେଲେ  

ପୁରୁଷ ଓ ନାରୀ ପତି ପତ୍ନୀ ଭାବେ

   ଏକତ୍ର ବାସ କରିଲେ |


ଦୁଇ ପ୍ରାଣ ସେଠି ଏକ ହୋଇଯାଏ 

    ଏକ ଘର ଏକ ମନ 

ପ୍ରୀତିର ଜୁଆର ଖେଳଇ ହୃଦୟେ

    ଆଦିମ ସେ ଚିରନ୍ତନ |


ଏହା ନୁହେଁ କେବେ କାହା ଇଚ୍ଛାଧୀନ

    ସ୍ୱାଭିମାନେ ସ୍ୱାଭାବିକ 

ଉଭୟଙ୍କ ମଧ୍ୟେ ଅନାବିଳ ସ୍ନେହ

    ଯାହା ଭରିଥାଏ ସୁଖ |


ସଂସାର ରୂପକ ଶ୍ୟାମଳ ଉଦ୍ୟାନେ

    ପତି ପତ୍ନୀ ଦୁଇ ପୁଷ୍ପ 

ପ୍ରୀତି ରଙ୍ଗେ ଭରା ଅଫୁରନ୍ତ ବାସ

    ଚିର କମନୀୟ ରୂପ |



Rate this content
Log in

Similar oriya poem from Romance