STORYMIRROR

Tapan Dixit

Romance

3  

Tapan Dixit

Romance

କଦମ୍ବ ବାସର ରାତି *************

କଦମ୍ବ ବାସର ରାତି *************

1 min
13.9K


ତୁମେ ଆସୁଥିବ ପହିଲି ଶ୍ରାବଣ 

ବରଷାରେ ଭିଜି ଭିଜି 

ମୁଁ ହେଉଥିବି ଭାବନାକୁ ମୋର

ତୁମ ଭିଜାଦେହେ ଖୋଜି ,

ଭିଜାଦେହେ ତୁମ କାନର ଝୁମୁକା 

କରୁଥିବ ନାହିଁ ନାହିଁ 

ପାଦର ପାଉଁଜି ମେଘ ମହ୍ଲାର 

ସୁର ତୋଳୁଥିବ ରହି,

ମୁକୁଳା କେଶରେ ଢେଉ ଭାଙ୍ଗୁଥିବ 

କଳା ବାଦଲର ଛୁଆଁ 

ଅଳସି ଅଳସି ଲାଗୁଥିବ ତୁମେ 

ମୁଁ ଥିବି ଅମାନିଆ ,

ଟୋପି ବରଷାରେ ସପନ ପିଆଲା 

ପାତି ବସିଥିବି ମୋର 

ଭିଜା ଓ଼ଠୁ ତୁମ ଝରି ପଡୁଥିବ 

ମଧୁ ଝର ମଦିରାର ,

କିଛି ପିଉଥିବି କିଛି ଝରୁଥିବ 

ଋତୁ ଦେହେ ଥିବ ତାତି

ପାହି ଆସୁଥିବ ଶ୍ରାବଣ ଋତୁର 

କଦମ୍ବ ବାସର ରାତି .. ।। 

ତପନ ଦୀକ୍ଷିତ(ବେଳାଭୂମି) ୯.୧୧.୨୦୧୭ 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance