STORYMIRROR

Tapan Dixit

Fantasy

2  

Tapan Dixit

Fantasy

ରାଣ କହିଦିଅ ଥରେ ତୁମେ 'ତୁମ'

ରାଣ କହିଦିଅ ଥରେ ତୁମେ 'ତୁମ'

1 min
13.7K


କଳସେ ଭରିଛି ଅଳସୀ ରାତିର 

ସପନର କୁହୁଡ଼ିକୁ

ହୃଦୟେ ଜାଳିଛି ତୁମରି ଅଦେଖା 

ପ୍ରେମର ସେ ଦିହୁଡିକୁ,

ପ୍ରୀତି ପ୍ରଦୀପର ଶିଖା ଅନଳରେ 

ଝାସ ଦିଏ ବାରମ୍ବାର 

ହେଲେ ମରି ପୁଣି ଜନମ ଲଭଇ 

ତୁମପାଇଁ ଥର ଥର,

ଶେଫାଳି ଆୟୁଷେ ନିତିସଞ୍ଜେ ଫୁଟି 

ରାତିଶେଷେ ଯାଏ ଝରି

ରାଣ କହିଦିଅ ଥରେ ତୁମେ ତୁମ 

ହୃଦୟର ହେରା ଫେରି ||

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy