STORYMIRROR

Krishna Mishra

Fantasy

4  

Krishna Mishra

Fantasy

ଚନ୍ଦ୍ରମା

ଚନ୍ଦ୍ରମା

1 min
99

ଚନ୍ଦ୍ରମା !

ତୁମ ଦେହେ ଭରା କଳଙ୍କ,

ମୋ ପଣତ କାନିରେ ଦାଗ,

ତୁମେ ହସ ଖିଲି ଖିଲି, ନୀଳ ଗଗନ ବୁକୁରେ 

ମୋ ହସରେ ନାହିଁ କାଳେ ବାଗ!

ତୁମ ଚାନ୍ଦିନୀରେ ଭିଜା 

ଅନେକ ଆଖିରେ ସ୍ବପ୍ନର ଢେଉ 

ମୋ ଉପସ୍ଥିତି, ସଭିଁଙ୍କ ଲାଗି ଦାଉ ।


ତୁମେ ଯେବେ ଲୁଚି ଯାଅ

କ୍ଷଣିକ ଅମା ଅନ୍ଧକାରେ 

କେତେ ଯେ ନୟନ ଝୁରେ 

ଅଭିଳାଷା ହାଏ ହାଏ କରେ ,

ମୁଁ କିନ୍ତୁ ଭିଜୁଥାଏ ମୋ ଆଖିର ଲୁହରେ ।

      

କଳଙ୍କିତ ଶରୀର ତୁମ,

କୃଷ୍ଣମୟ ରାତ୍ରିର ବାହୁ ବନ୍ଧନରେ 

ସୃଷ୍ଟି କରେ ରୋମାଞ୍ଚ,

ନୀରବ ଜ୍ୟୋସ୍ନା ସାନ୍ତ୍ବନା ଦିଏ 

ମୋ ବିରହ ମନକୁ ।

           

ଚନ୍ଦ୍ରମା!

ତୁମ ଏ ଅହଂକାର ଏ ଅଭିମାନ

ତୁମଠି ଶୋଭା ପାଏ,

କାରଣ

କବିତା ମୋ, ତୁମଠୁ ଆରମ୍ଭ

ତୁମଠି ଶେଷ ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy