STORYMIRROR

Sadananda Sahoo

Classics Fantasy Inspirational

4  

Sadananda Sahoo

Classics Fantasy Inspirational

ଦୀପାବଳି

ଦୀପାବଳି

1 min
500


ଐତିହ୍ୟ ସଂସ୍କୃତି ପରମ୍ପରା ଛବି

    ଉତ୍କଳ ବିଭବ ରାଜି 

ବାର ମାସେତେର ପରବ ବିଶେଷ

   ଦେଇଛନ୍ତି ପ୍ରଭୁ ଖଞ୍ଜି   ।


ଶୁଭ ଦୀପାବଳି ସଂସ୍କୃତି ବିଭବୀ

   ପୂର୍ବସୁରି ଗାଥାଗାଏ 

ଆଲୋକର ପର୍ବ ସମୃଦ୍ଧି ବିଜୟ

    ହୃଦୟକୁ ଛୁଇଁ ଯାଏ  ।


ସ୍ଵର୍ଗାଲୋକେ ଥାଇ ଆଶୀର୍ବାଦ ଦ୍ଯନ୍ତୀ

    ପୂର୍ବଜ ବଂଶଜ ଦେବ  

ଶୁଭ କାମନାରେ ଦୀପ ଶିଖା ଜଳେ

    ସମ୍ପର୍କିତ  ଅନୁଭବ  ।


କାର୍ତ୍ତିକ ମାସର ଏ ମହାପରବ

   ଅମାବାସ୍ୟା ଶୁଭ ତିଥି    

ଅମା ଅନ୍ଧକାର ହୁଏ ଦୂରୀଭୂତ

   ଦୀପ ଶିଖା ହୁଏ ସାଥି  ।


ରହିଛି ପ୍ରବାଦ ସଂସ୍କୃତି ସମ୍ମତ

  ତ୍ରେତୟା ଯୁଗର ଗାଥା  

ଏହି ଦିବସରେ ପ୍ରଭୁ ରାମଚଂଦ୍ରେ

  ଉଦ୍ଧରି ଥିଲେ ମାଆସୀତା  ।


ପାପର ସଂହାର କରିଥିଲେ ରାମ

   ସଂକଳ୍ପ  ସାକାର ଭାବ

ବିଜୟର ଟିକା ସତେ ଦୀପା ଶିଖା

    ଅନୁଭୂତ ହୁଏ ଗର୍ବ  ।


ଏହି ଦିବସର ଅନେକ ମାହାତ୍ମ୍ୟ

    ଲିପିବଦ୍ଧ ହୋଇଅଛି  

ଆଜିବି ଭାରତେ ସ୍ମୃତିଛବି ଭାସେ

   ପାଳନେ ଶରଧା ଅଛି ।


ଅଲୋକ ବର୍ତ୍ତିକା ଜଳି ଉଠେ ଶିଖା

     ଅଜ୍ଞାନକୁ  ଦୂରକରି  

ଶୁଭ ଦୀପାବଳି ସଂସ୍କୃତି ସରାଗୀ

    ସ୍ନେହଁ ଶ୍ରଦ୍ଧା ଦିଏ ଭରି ।


ଅମା ଅନ୍ଧକାର ହୋଇଯିବ ଦୂର

   ସଂକଳ୍ପରେ ରଖ ମନ

ଜ୍ଞାନ ଧନ ମନ କର ବିତରଣ

    ବଢିବ ଜାତିର ମାନ ।



Rate this content
Log in

Similar oriya poem from Classics