STORYMIRROR

Sadananda Sahoo

Inspirational

3  

Sadananda Sahoo

Inspirational

ବାଲିଯାତ୍ରା ଗାଥା

ବାଲିଯାତ୍ରା ଗାଥା

1 min
144


କଳିଙ୍ଗ ଉତ୍କଳେ ସମୃଦ୍ଧିଯେ ହସେ

ପୂରୁବ ସ୍ମୃତିକୁ ଭାବି  

ନିଆରା ମହକ ମାଟିର ସଅକ

ସଂସ୍କୃତି ବିଭବ ଛବି ! 


ଏ ମହା କାର୍ତ୍ତିକ ଧରମ ବିଶେଷ

ଓଡ଼ିଆ ହବିଷ ମାସ  

ଧରମ କରମ ସବୁତ ନିହିତ

ମନ ପ୍ରାଣେ ଭକ୍ତି ରସ ! ।


ଇତିହାସ କହେ ଜମା ମିଛ ନୁହେଁ

ସାଧବ ରୋଚକ ଗାଥା  

ଧନ ଧାନ୍ୟେ ପୂର୍ଣ୍ଣ ଥିଲା ଏ ଉତ୍କଳ

ସ୍ଵର୍ଣ୍ଣ ଆଭୁଷଣେ ମଥା ! !


ସାତ ଦରିଆରେ ବୋଇତଯେ ଭାସେ

 ଦୃଢ ସଂକଳ୍ପର ସ୍ମୃତି

ଜୀବନକୁ ବାଜି ଲଗାଇ ଦିଅନ୍ତି

 ବାଣିଜ୍ୟେ ସାଧବ ପ୍ରୀତି ॥


ବାଣିଜ୍ୟେ ବଣିକ ସାଧବର ସୁତ

ବୋଇତର ଅଧିପତି  

ପଣ୍ୟ ଦ୍ରବ୍ୟ ନେଇ ବିଦେଶ ଯାଆନ୍ତି

ଦରିଆରେ ବିତେ ରାତି ॥


ଖୁଦୁରୁକୁଣୀର ଦୁହିତା ସୁଲଭ

 ତପୋଇ ଗାଥା କଥା

ବଳିଷ୍ଠ ପ୍ରମାଣ ବଣିକ ସାଧବ

 ଭଗ୍ନୀ ଏକ ସାତ ଭ୍ରାତା ॥


 ସ୍ଵଦେଶୀ ବିଦେଶୀ ଆଦାନ ପ୍ରଦାନ

 ପଣ୍ୟଦ୍ରବ୍ୟ ଅଳଙ୍କାର

ବୋଇତ ସଙ୍ଗାତ ସାଧବର ସୁତ

 ଅବଦୁତ ଲକ୍ଷ୍ମୀଙ୍କର ॥


ପ୍ରଦେଶ ସମୃଦ୍ଧି ଅବଦାନେ ପ୍ରୀତି

  ସାଧବ ସୁଯୋଗ୍ୟ ସୁତ ;

ଆଜି ବି ଉତ୍କଳେ ପରମ୍ପରା ଭାସେ

 ବାଲି ଦୀପେ ବାଲି ଯାତ ॥


ବାଲି ଦୀପ ଯାଇ ବଣିଜ କରନ୍ତି

 ଓଡ଼ିଆ ସାଧବ ପୁଅ ;

ଧନ ଦଉଲତ ଅରଜନ୍ତି ସେତ

 ଉଦଦ୍ଭାସିତ ସ୍ମୃତି ଖିଅ ॥


ସ୍ମୃତିର ପରବ ପାଳୁଛି ଉତ୍କଳ

 ଦରିଆ କୂଳରେ ଆଜ ;

 ମହା ବାଲିଯାତ୍ରା ପରମ୍ପରା ସତ୍ତା

 ପାରାଦୀପ ସଜବାଜ ॥


ସାତ ସାଧବକୁ ସାତ କୁଳ ବଧୂ

ବିତ୍ତୀୟ ଏ ପରମ୍ପରା  

ଅର୍ଘ୍ୟ ଥାଳି ଧରି ବନ୍ଦାପନାକରି

ଦିଅନ୍ତି ମେଲାଣି ପରା ! !


ଶଙ୍ଖ ହୁଳହୁଳି ପଡଇ ଉଚ୍ଛୁଳି

ବୈଭବ ଦରିଆ କୁଳ  

ସାଧବ କୁଳର ସାତ ସାଧବାଣି

ସମର୍ପନ୍ତି ପ୍ରୀତି ଜଳ ! !


ଶୁଭ ଅବକାଶ ବାଣିଜ୍ୟ ବିଭବ

କାର୍ତ୍ତିକ ମାହାତ୍ମ୍ୟ ସତ୍ୟ  

ପାଳୁଛି ଓଡ଼ିଆ ପରବ ବଢିଆ

ଭକତିରେ ଥାଇ ନିତ୍ୟ !।


ଉତ୍କଳର ସୁତ ବାଣିଜ୍ୟ ଜନକ

ବିଦେଶେ ଅର୍ଜିଛି କିର୍ତ୍ତୀ  

ଜାଭାକି ସୁମିତ୍ରା ସିଂଘଳ ଶ୍ରୀଲଙ୍କା

ସବୁଠାରେ ତା'ର ଖ୍ୟାତି ! !


ଆକାମା ବୈଇ ପାନଗୁଆ ଥୋଇ

ସମର୍ପଣେ ପାନଗୁଆ  

ମାସକର ଧର୍ମ ହୋଇଯାଉ ମୋର

ଦୁନିଆଁଟା ଲାଗୁ ନୂଆ ! !


କଦଳୀ ପାଟୁଙ୍ଗା ଶୋଲ ଗଢା ଡଙ୍ଗା

ଭାସିଯା ବିଭବ ସ୍ମୃତି  

ମହମ ପ୍ରଦୀପ ଅବା ଘୃତଦୀପ

ଆଲୋକ ବର୍ତ୍ତିକା ପ୍ରୀତି ! !



Rate this content
Log in

Similar oriya poem from Inspirational