Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Abstract Romance Others

4  

Sadananda Sahoo

Abstract Romance Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
380



ପୁ -ହୃଦୟ ଭିତରେ ରଖିଚି ସାଇତି 

ପ୍ରେମ ସ୍ମୃତି ତୋର ଅଭୁଲା ପୀରତି 


ଝି -ହୃଦୟ ଭିତରେ ରଖିଚି ସାଇତି 

ପ୍ରେମ ସ୍ମୃତି ତୋର ଅଭୁଲା ପୀରତି 


ପୁ -କାହିଁକି କେଜାଣି ମୁଁଉତ ଜାଣିନି 

ମୁରୁଛି ପାରୁନି ତୋର ସ୍ନେହ ପ୍ରୀତି 


ଝି -ପ୍ରେମରେ ବିରହ ନୁହେଁ ଶୁଭଙ୍କର 

ବୁଝିମୁଁ ପାରୁଚି ହୃଦୟର ଭାବ 


ପୁ -ପ୍ରେମରେ ବିରହ ନୁହେଁ ଶୁଭଙ୍କର

ବୁଝି ମୁଁ ପାରୁଚି ହୃଦୟର ଭାବ 

ସେଇ ପ୍ରେମ ସ୍ମୃତି କଷଣ ଦଉଚି 

ଜଳୁଚି ହୃଦୟ ଥରୁଚିଲୋ ଛାତି 

ପୁ -ହୃଦୟ ଭିତରେ ରଖିଚି ସାଇତି 

ପ୍ରେମ ସ୍ମୃତି ତୋର ଅଭୁଲା ପୀରତି 


ଝି - ପ୍ରେମ ଫରୁଆରେ ରଖିଚିସାଇତି 

ପ୍ରେମ ସ୍ମୃତି ତୋର ଉକିଂ ମାରେ ନିତି 


ପୁ -ଅଲିଭାଏ ପ୍ରେମଦାଗ 

ଲିଭିବନି ଜମା ;

ଭଲ ତୋତେ ପାଏ ବୋଲି ଝୁରୁଚିଲୋ  ଆତ୍ମା ।


ଝି -ହାୟରେ ତୋ ପ୍ରେମ 

ଅନାବିଳ ସ୍ନେହ 

ଆଖିରେ ନାଚୁଚି ତୋର 

ହସ ମୁହଁ ।


ପୁ -ପ୍ରେମର ମହଲ ମୋର

ପଡିଚି ଲୋ ଖାଲି 

ସପନ ମୋ ସତ ହବ 

ଆ ତୁ ଲୋ ଚାଲି ।


 ଝି -ହୃଦୟର ଏଇ ଶୁନ୍ଯତା କହୁଚି 

ହଜିତ ଯାଇଚି ଅଭୁଲା ସ୍ମୃତି ।


ପୁ --ପ୍ରେମରେ ବିରହ ନୁହେଁ ଶୁଭଙ୍କର

ବୁଝି ମୁଁ ପାରୁଚି ହୃଦଯ଼ର ଭାବ 

ଝି --ପ୍ରେମରେ ବିରହ ନୁହେଁ ଶୁଭଙ୍କର

ବୁଝିମୁଁ ପାରୁଚି ହୃଦଯ଼ର ଭାବ 


ପୁ -ସେଇ ପ୍ରେମ ସ୍ମୃତି କଷଣ ଦଉଚି 

ଜଳୁଚି ହୃଦଯ଼ ଥରୁଚି ଲୋ ଛାତି 


ଝି -ଆଜିବି ରହିଚି ତୋ ବାଟକୁ ଚାହିଁ 

ଭରିଦେ ସିନ୍ଦୁର ଖାଲି ଅଛି ସିଂଥି 


ଝି -ହାୟରେ ସମୟ ହେଲୁତୁ ନିଷ୍ଠୁର 

ହୋଇ ପାରିଲିନି ମୁଁଉ ମୋ ପ୍ରେମର 

ପ୍ରେମ ଅନୁଭୂତି ଅରଜିନି କୀର୍ତ୍ତି 


ଝି -ହୃଦୟ ଭିତରେ ରଖିଚି ସାଇତି 

ପ୍ରେମ ସ୍ମୃତି ତୋର ଅଭୁଲା ପୀରତି 


ପୁ -ହୃଦୟର ଭାବ କିଏବା ବୁଝିବ 

ଅଭୁଲା ପ୍ରେମର କାହାଣୀ କହିବ 

ଫେରିଆଲୋ ମୋର ପୁନେଇଁ ରାତି 

 

ଝି -ହୃଦୟ ଭିତରେ ରଖିଚି ସାଇତି 

ପ୍ରେମ ସ୍ମୃତି ତୋର ଅଭୁଲା ପୀରତି ।



Rate this content
Log in

Similar oriya poem from Abstract