STORYMIRROR

Sadananda Sahoo

Tragedy Classics

4  

Sadananda Sahoo

Tragedy Classics

ଜୀବନ ଡୋରୀ

ଜୀବନ ଡୋରୀ

1 min
425


କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

     ସବୁତକ ଦୁଃଖ ମୋର ନେଏରେ ହରୀ 

ସମ୍ପର୍କର ସେତୁବନ୍ଧ ବାନ୍ଧିଦେ ଜାଣି 

      ପର ଆପଣା କହି ଭୁଲି ଯିବୁନି 

                  ହେ'ଜଗତ ସାଇଁ 

କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

     ସବୁତକ ଦୁଃଖ ମୋର ନେଏରେ ହରୀ ।


 ତୋର ମୋର ଭାବ ହେଉ ଜଗତେ ଖ୍ଯାତି 

        କରୁଣାର ସବୁଫୁଲ ଦେଏ ଅଜାଡି 

ଅବଢ଼ା ମହାପ୍ରସାଦ ଖାଇବି ନିତି 

      ଟଙ୍କ ତୋରାଣିରେ ଶୋଷ ଯିବମୋ ମେଣ୍ଟି 

ସର୍ବୋତ୍ତମ ବନ୍ଧୁ ମୋର କଳା ଗୋସେଇଁ 

             ମୁଁ ଭୁଲିବି ନାଇଁ 

କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

      ସବୁତକ ଦୁଃଖ ମୋର ନେଏରେ ହରୀ ।


ପାପ ମୋର ଧୋଇ ଯାଉ ଚକା ନଯ଼ନ 

        ଉଦାର ହୃଦଯ଼ ବନ୍ଧୁ ବଡ ଠାକୁର 

ଛାଡି ଯିବି ନାହିଁକେବେ ଶ୍ରୀକ୍ଷେତ୍ର ତୋର 

        ଏତେ ବଡ ଦୁନିଆଁରେ ତୁ ମୋ ପ୍ରିଯ଼ର 

ବନ୍ଧୁ ବନ୍ଧୁ ବୋଲି ଦୂରୁ ଡାକ ଛାଡିବି 

             ହେ'କଳା ଗୋସେଇଁ 

କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

     ସବୁତକ ଦୁଃଖ ମୋର ନେଏରେ ହରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy