STORYMIRROR

MADHU MITA

Tragedy

3  

MADHU MITA

Tragedy

ନିଦରେ

ନିଦରେ

1 min
195

ନିଦରେ

ଯେତେବେଳେ ସ୍ୱପ୍ନରେ

କି ସତରେ ବୋଧେ

ଦେହରୁ ଦେହୀ ହୋଇଯାଉଥିଲି

ଶରୀର ଛାଡ଼ି ଅଶରିରୀ ହେବାକୁ ଲାଗିଥିଲି

ଆଉ ସେତେବେଳେ ସମୟ ହେଇଥିବ

ଏଇ ରାତି ଗୋଟାଏ କି ଦୁଇଟା ଅଧେ ।


ନିଦରେ

ଭାବୁଥିଲି ମୁଁ

ମୋ ପରିଜନ ଏବେ କଣ କରିବେ

ଯେତେବେଳେ ମୋ ଚାଲିଯିବା ଖବର ପାଇବେ

କଣ ସେମାନେ ଆଉ ଏମିତି ନିଶ୍ଚିନ୍ତ ହୋଇ

ଶାନ୍ତିରେ ଟିକେ ଶୋଇ ପାରିବେ

ନା ମୋ ବିୟୋଗରେ ସେମାନଙ୍କ ନିଦ ହଜେଇ ଦେବେ ।


ନିଦରେ

କିନ୍ତୁ ମୋ ଚିହ୍ନାଲୋକମାନେ

ମୋ ପରିଜନ ବନ୍ଧୁ ବାନ୍ଧବମାନେ

ମରଣତ୍ତୋର ଶ୍ରାଦ୍ଧ ପରେ ଆଶ୍ବସ୍ତ ହେଲେ

ଆଉ ଅପରିଚିତ ଲୋକେ ମୋ ହଠାତ୍ ଚାଲିଯିବା ଶୁଣି

କେଜାଣି କେମିତି ଆଉ କଣ ପାଇଁ

ନିଜ ସୁଖନିଦ୍ରା ଟିକକ ହଜେଇ ଦେଲେ ।


ନିଦରେ

ଏଥର କିନ୍ତୁ ହଜିଗଲା ନିଦ

ସେହି ଅସହିଷ୍ଟ୍ନୁ ଆତ୍ମୀୟମାନଙ୍କର

ଯେତେବେଳେ ମୁଁ ପୁଣି ଦେହୀରୁ ଦେହ ହେଲି

ସକାଳୁ ଉଠି ନିତ୍ୟକର୍ମ କରିବାକୁ ଲାଗିଲି

ଅଜଣା ଲୋକେ ଏଥର ଶାନ୍ତିରେ ନିଜ କାମ କରି ପାରିଲେ

ହେଲେ ଆପଣାର କହିଥିବା ଲୋକେ

ରାତିସାରା ଉଜାଗର ହୋଇଗଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy