ସନେଟ୍ ଚୁମ୍ବନ
ସନେଟ୍ ଚୁମ୍ବନ
ମାଆ କୋଳେ ଥାଇ ମନ ଯେବେ ଚୁମ୍ବନଟି ଖୋଜୁଥାଏ,
ସରଗ ସୁଖଟା ସତେ ଯେପରି ତା' ଆଗେ ଫିକା ପଡ଼ିଯାଏ।
ବାପାଙ୍କ କାନ୍ଧର ଉପରକୁ ଚଢ଼ି ଚୁମ୍ବନଟେ ଆଶା କରେ,
ବାତ୍ସଲ୍ୟ ପ୍ରେମଟା ମହକି ଉଠଇ ସ୍ନେହର ପରଶରେ।
ପ୍ରତି ସଫଳତା ସବୁ ବିଫଳତା ଚୁମ୍ବନକୁ ଖୋଜୁଥାଏ,
ଭାଇ ଭଉଣୀ ଓ ବନ୍ଧୁ ବାନ୍ଧବର ସ୍ନେହ ନେଇ ଆସିଥାଏ।
ଯୌବନଟା ପୂର୍ଣ୍ଣ ହୁଏ ଚୁମ୍ବକୀୟ ପ୍ରେମ ଚୁମ୍ବନ ପାଇଲେ,
ଦାମ୍ପତ୍ୟ ସଫଳ ହୁଅଇ କେବଳ ଚୁମ୍ବନକୁ ଦେଉଥିଲେ।
ଲୋଲିତ ଚର୍ମଟା ଖୋଜେ ଚୁମ୍ବନକୁ ଉତ୍ତର ପିଢ଼ି ନିକଟରେ,
କେହିଥାଏ ଯେବେ ଆପଣାର ହୋଇ ଚୁମିଥାଏ ମଥାପରେ।
ଚୁମ୍ବନ ଦେଇ ଯେ ସାରାଟା ଜୀବନ ଆଗେଇ ନିଏ ସଂସାର,
ତାକୁ ଚୁମିବାକୁ କିଏ ଅଛି ଖୋଜେ ଲୋତକର ଝରେ ଧାର।
ଶେଷରେ ଚୁମ୍ବନ ଦିଏ ଆପଣାର ମୃତ୍ୟୁ ଆସି ନୀରବରେ।
କୋଳେଇ ନିଅଇ କୋକେଇ ପ୍ରାଣକୁ ଚୁମିଦେଇ ସରାଗରେ।