STORYMIRROR

MADHU MITA

Classics Inspirational

4  

MADHU MITA

Classics Inspirational

ବର୍ଷାରେ ଏକାକୀ

ବର୍ଷାରେ ଏକାକୀ

2 mins
391


ବନ୍ଦ୍ ଦରଜାରେ ହେଲା ମୃଦୁ ଆଘାତ

କିଏ

ମନ ହୋଇଗଲା ମୋର ଅକାଳେ ଅଶାନ୍ତ

କେହି

ଆସିବା ସମୟ କହି ନଥିଲେ କରି ନିଶ୍ଚିତ

ତେବେ

ଏ କାହା ଆଗମନେ ଆଜି ବର୍ଷା ବି ଉତ୍ତପ୍ତ

ମୁଁ ଯେ

ଏକାକୀ ଭିତରେ ଅଛି ଆଉ ବାହାରେ ଜିମୂତ

ପୁଣି

ଘର୍ଘର ନାଦରେ ହୁଏ ଗଗନ  ପ୍ରକମ୍ପିତ

ଯଦି

ବାଟୋଇ କେହି ଏବେ ହଜି ଯାଇଥିବ ପଥ

ତେବେ

ଭିତରକୁ ପାଛୋଟି ଆଣିବା ନିଶ୍ଚୟ ଉଚିତ

ଭାବି

ଖୋଲିଲି କବାଟ କିନ୍ତୁ ନଥିଲେ କେହି ତ

ତେବେ

କରିଥିଲା ଏଠି କିଏ ସ୍ପଷ୍ଟ କରାଘାତ

ସ୍ତବ୍ଧ

ଦେଖି ସାମ୍ନାରେ ସେ ଯେ ଥିଲେ ଉପସ୍ଥିତ

ତାଙ୍କୁ

ଦେଖିବା ପରେ ମୁଁ ହେଲି ହତବାକ ଚକିତ

ଏବେ

ହୋଇନି ସମୟ ନେବାକୁ ତେଣୁ ହୁଅନି ଉଦ୍ୟତ

ମୋର

ସରିନି କର୍ତ୍ତବ୍ୟ ବାକିଅଛି ଅନେକ ଆହୁରି ତ

ଏଇ

ମୋ ପରିବାର ପାଇଁ ମୋର ଯେ ଅନେକ ଦାୟିତ୍ଵ

ପୁଣି

କେହି ନାହାନ୍ତି ଏଠି ଆସିଲେ ହୋଇଯିବେ ସ୍ତମ୍ଭିତ

ଏଣୁ

ବିନତି କଲି ମୁଁ ବିକଳେ ଯୋଡ଼ିଦେଇ ଦୁଇହାତ

କିନ୍ତୁ

ସେ ଶୁଣିଲେନି ମୋତେ ଯିବାକୁ ହେଲା ତ୍ୱରିତ

ଖୋଲା ଥିଲା

ଘରର ମୁଖ୍ୟ ଦ୍ଵାର ଦେବାକୁ କେହି ନଥିଲେ ତ

ପଡ଼ିଥିଲା

ମୋ ନଶ୍ୱର ଦେହ ମୁଁ ଚାଲିଥିଲି ମୃତ୍ୟୁ ସହିତ

ମୋତେ

ନେବାକୁ ସେ ଆସିଥିଲେ ଦେଖେଇଲେ ଏହି ସତ୍ୟ

ମୃତ୍ୟୁ

ଦେଖେନା ସମୟ ସୁବିଧା ଏହା କଲେ ସେ ପ୍ରମାଣିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics