ଜୀବନ ପର୍ବ
ଜୀବନ ପର୍ବ
ସକାଳୁ ସଞ୍ଜ ପର୍ଯ୍ୟନ୍ତ ପରବ ହିଁ ହୁଏ
କେତେ ବ୍ୟଞ୍ଜନ ଯେ ଏଠି ରନ୍ଧାବଢ଼ା ଯାଏ।
କେତେ ସ୍ୱାଦିଷ୍ଟ ପୁର ଦିଆ ପିଠା ଗଢା ହୁଏ।
ମିଷ୍ଟାନ୍ନ ସହିତ ସୁସ୍ୱାଦୁ କ୍ଷୀରି ତିଆରି ହୁଏ।
ରଙ୍ଗୋଲି ମୁରୁଜ ଝୋଟି ଚିତା ପକାଯାଏ
ଦୀପ ଧୂପ ସହ ନୈବେଦ୍ୟ ବି ଦିଆଯାଏ।
ଅଗରୁ କସ୍ତୁରୀ ଚନ୍ଦନ ପରି ସଦଭାବ ଆସେ
ଜୀବନଟା ତେବେ ଖାଲି ମହମହ ବାସେ।
ଫୁଲ ବିଛାଯାଏ ପୁଣି ମାଳା ଗୁନ୍ଥାହୁଏ
ଜୀବନ ଭିତରେ କେତେ ରଙ୍ଗ ଭରା ହୁଏ।
ତଥାପି ଦିନକ ଖୁସି ପରବ ପରିକା
ଜୀବନ ନାଟକେ ଦିନେ ପଡେ ଯବନିକା।
ପୁଣି ଅପେକ୍ଷା ଥାଏ ଯେ ଆର ପରବକୁ
ଆତ୍ମା ଘୁରିବୁଲେ ଦେହଟିଏ ପାଇବାକୁ।
ଏ ଜୀବନ ପର୍ବର ସମାପନ ବେଳେ
ଚତୁର୍ଦ୍ଧାମୂର୍ତ୍ତିଙ୍କ ଭେଟ ହୁଏ ଅନ୍ତକାଳେ।