STORYMIRROR

MADHU MITA

Comedy Inspirational

3  

MADHU MITA

Comedy Inspirational

ଯାଃ

ଯାଃ

1 min
165

ହଇରେ କରୋନା ତୁ କାଇଁ କାନ୍ଦୁଛୁରେ

ତୋର ପୁଣି କି ଦୁଃଖ ଅଛି..

ଏ ମୋର ଏ ମୋର ଲକ୍ଷଣ ଦିଶେନା କିଛି..


ହଇରେ ଲକ୍ଷଣ ତୁ କାଇଁ ଦିଶିଲୁନି

ଏବେ କିଏ ରୋଗୀ କେମିତି ଜାଣିବା

ଏ ମୋତେ ଏ ମୋତେ କିଟ୍ ଯେ କ୍ଲିନ୍ ଚିଟ୍ ଦେଇଛି


ହଇରେ କରୋନା କଣ କରିବୁ ଏବେ

କେମିତି ନିଜକୁ ଖୋଜିବୁ

ଏ ମୁଁ ଏ ମୁଁ ଯେ ସେଇ କଥାକୁ ଭାବୁଛି


ତୁ ପରା ଅବିନାଶୀ ସତରେ ଅବିଶ୍ୱାସୀ

ଯାଉନୁ ହୋଇ ପରଦେଶୀ

ଏ ମୋତେ ଏ ମୋତେ ସେଇୟା ହିଁ ଲାଗୁଛି


ହଇରେ ଭୂତାଣୁ ତୁ ଟିକେ ଡରୁଛୁ କି

ତୋ କଣ୍ଠ ଯାଉଛି ଯେ ଶୁଖି

ଏ ମୋତେ ଏ ମୋତେ କେହି ନ ଡରନ୍ତି ଦେଖି..


କେମିତି ଜାଣିଲୁ କହିବୁ କି ମୋତେ

କଣ ଯେ ଏପରି ହେଲା

ଭାରତକୁ ଆସି କହରେ କରୋନା ତୋର କେଉଁ ଦ୍ଦଶା ହେଲା


କୋଭିଡ ମୋ ନାମ ରେ ଆତଙ୍କ ମୋ କାମ...

ଦେଶ ଦେଶ ବୁଲି କରେ କଲବଲ

ଭାରତେ ହେଲି ବଦନାମ..


ଘରେ ରହିଲେ ସବୁ ଯେତେ କଷ୍ଟ ହେଲେ ବି

ବାହାରେ ବୁଲିଲେ ନାହିଁ

କିପରି ଆଉ ମୁଁ ବ୍ୟାପିବି ଏଥର ଦେହରୁ ଦେହକୁ ଡେଇଁ


ପ୍ରଥମେ ରହିଲେ ଘର ଭିତରେ ସବୁ

ଏବେ କିଟ୍ ବି ହେଲା ଖରାପ

ଯେତେ ଚେଷ୍ଟା କଲେ ଭାରତ ମାଟିରେ ଆସୁଛି ମୋ ମନେ ସନ୍ତାପ


ଏତେ ଲୋକ ଏଠି ଭରି ରହିଛନ୍ତି

କିନ୍ତୁ ଚାଲାକ ଯେ ସବୁ ଅତି

ଏମାନଙ୍କୁ ସତେ ମୋ ପରି ଭାଇରସ ପାରିବନି କେବେ ଜିତି


ଯେତେ ଆସିଲେ ବି ଆପଦ ବିପଦ

ଭାରତେ ମୁଣ୍ଡ ନୋଇଁବ

ଏକତାକୁ ଦେଖି ଏଠି ସଭିଙ୍କର ସତେ ତା ବୁଦ୍ଧି ହଜିବ


ଆସିଲା ଦିନଠୁ ମୋ ନାମେ କେତେ ଯେ

ବ୍ୟଙ୍ଗ ସବୁ କରୁଛନ୍ତି

ଏତେ ଲୋକ ସବୁ ଆଗଭର ହୋଇ ମୋ ସହିତ ଲଢ଼ୁଛନ୍ତି


ଏ ଦେଶ ଯେ ଅଟେ ସତେ ବୀରଙ୍କର

ଏଠି ନିର୍ଭୟ ସବୁ ଦେଶବାସୀ

କରୋନା ଯୁଦ୍ଧର ସିପାହୀ ସମସ୍ତେ କଷଣେ ଦିଅନ୍ତି ହସି


ଆମେରିକା ହେଉ ସ୍ପେନ କି ଇଟାଲୀ

ସଭିଙ୍କୁ ଗ୍ରାସିଲି ମୁହିଁ

ଭାରତ ଆସି କିନ୍ତୁ ଦେଖ ଆଜି ମୁଁ ଯେ କାନ୍ଦୁଅଛି କଇଁ କଇଁ..

ମୁଁ କାନ୍ଦୁଅଛି କଇଁ କଇଁ..


ଏଥର

ଯିବି ଏଠୁ ଶୀଘ୍ର ଧାଇଁ..

ହଁ ଯିବି ଏଠୁ ଶୀଘ୍ର ଧାଇଁ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy