STORYMIRROR

Pramod Kumar Jena

Comedy

4  

Pramod Kumar Jena

Comedy

ପ୍ରଦର୍ଶନୀ

ପ୍ରଦର୍ଶନୀ

2 mins
448



ଉଡି ଉଡି ଗଲି ସରଗ ଦେଶେ

ଯାଇ ପହଞ୍ଚିଲି ଯମ ଉଆସେ

ଲାଗିଅଛି ପ୍ରଦର୍ଶନୀ ଅଦ୍ଭୁତ

କାନ୍ଥରେ ଲାଗିଛି ଫଟୋ ବହୁତ

ବୁଝାନ୍ତି ପାଖେ ଠିଆ ଯମଦୂତ

ଭାବିଲି ଦେଖୁଛି ମିଛ ନା ସତ

ଗୋଟି ଗୋଟି ମୋତେ ଦେଲେ ବୁଝାଇ

ଫୋଅଟ ଲାଗିଛି ଏଠି କିମ୍ପାଇଁ

କେତେ ବଡ କାମ ସେମାନେ କଲେ

ଫୋଟ ଗ୍ୟାଲେରୀରେ ଶୋଭା ପାଇଲେ


ଫୋଟ ନଂ – 1

ମୁଣ୍ଡରେ ରୁମାଲ୍ କାନରେ କୁଣ୍ଡଳ

ଦୁଇ ହାତ ଛାଡି ମଟର୍ ସାଇକେଲ

ଦେଖାଉଥିଲେ ସେ କେଡେ କରାମତି

ବାହାଦୁରୀ ମାରି ଛାତି ପିଟିପିଟି

ପଥରରେ ବାଜି ଗାଡି ଖସିଗଲା

ଏଠିକି ଟିକଟ ଜଲଦି ମିଳିଗଲା

ଫୋଟ ନଂ – 2

ମଦ ମାଉଁସରେ ବଡ ସରାଗ

ବିଡି ସିଗାରେଟ୍ ଧୁଆଁଟି ଆଗ

ଦେଶୀ ଗୁଆ ଘିଅ ମାଖନ ମାରି

ପରଟା କୁଲଚା ଚକୁଳି ପୁରୀ

ଖାଇ ଖାଇ କଲେ ଏଡିକି ପେଟ

ଏଠିକି ମିଳିଲା ଜଲଦି ଟିକଟ

ଫୋଟ ନଂ – 3

ଦାଦାବଟି ଡକାୟତି

ମାରାମାରି ହାତାହାତି

ପୁଲିସିର ଡର ନାହିଁ

ଖାଲି ଟିକେ ଡ୍ରଗ୍ସ୍ ପାଇଁ

ଚୋରିବେଳେ ପୁଲିସିର ଗୁଳି ବାଜିଗଲା

ଇଚ୍ଛା ନ ଥିଲେ ବି ଟିକଟ ଜଲଦି ମିଳିଗଲା


ଫୋଟ ନଂ – 4

ସେଲଫି ନେବାରେ ଇଏ ବଡ ଉସ୍ତାଦ

ନଦୀ ନାଳ ଘାଟ ସମୁଦ୍ର ତଟ

ରେଳ ଉପରେ ହୋଇଣ ଠିଆ

ସେଲଫି ନେଉଥିଲେ ଏକ ହାତିଆ

ପାଖ ତାର ଖୁଣ୍ଟି ହୋଇଲା କାଳ

ଟିକଟ ମିଳିଲା ତାକୁ ସହଳ


ଫୋଟ ନଂ – 5

ଏମାନେ ତ ଜଣାଶୁଣା ଆମ ଅଜା ଆଇ

ତାଙ୍କ ଫୋଟ ଏଠି ଲାଗିଛି କିମ୍ପାଇଁ

ପୁଅ ଝିଅ ସବୁ ନାପିଲେ ରାସ୍ତା

ଅଚଳ ହୋଇଲେ ହେବୁ ହିନସ୍ତା

ବୟସ ହୋଇଲା ଅଶିଏ ପାର

ଡାକିଲେ ଆମକୁ ନିଅ ଠାକୁର

ବୁଢାବୁଢୀଙ୍କର ଏ ଛଟପଟ

ବାଧ୍ୟ ହୋଇ ଦେଲୁ ତାଙ୍କୁ ଟିକଟ


ଚିତ୍ରଗୁପ୍ତ ଦେଖି ଆକଟ କଲା

ବିନା ଟିକଟରେ ଏ କାହୁଁ ଅଇଲା

କିଏ ମୋତେ ପଛୁ ଗୋଇଠା ଦେଲା

ଖଟ ତଳେ ପଡି ମୋ ନିଦ ଭାଙ୍ଗିଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy