STORYMIRROR

Chinmay Behera

Comedy Others

4  

Chinmay Behera

Comedy Others

ଇଏ ତ ଅଜବ ଯୁଗ

ଇଏ ତ ଅଜବ ଯୁଗ

1 min
388

କି ଯୁଗ ହେଲାରେ ଭାଇ

ମଣିଷ କରଇ କୁକୁରର ସେବା

ଗୋ'ମାତାକୁ ତଡି ଦେଇ ।

କୁକୁର ଚାଲଇ ଆଗେ

ମାଲିକ ଚାଲଇ ପଛେ ପଛେ ତାର

ଚାଲେ ସିଏ ଯୋଉ ଦିଗେ ।


ବଳୁଛି ଯାର ସମୟ

କୁକୁର ସାଥିରେ ସାଥି ହୋଇ ସିଏ

ଭାବେ ମୁଁ ଜିତିଛି ଭୟ। 

ଗଦିରେ ଖୁଆଏ ଭାତ

ବାପାଙ୍କୁ ଦେଖିଲେ ନାକ ଟେକି ଦେଇ

ବୋଉକୁ ମାରଇ ଲାତ ।


ସାଥେ ମାଛ ମାଂସ କ୍ଷୀର

ଯେମିତି ଘରର ବଡ଼ ଜୋଇଁ ଆସି

ଏବେ ହୋଇଲେ ହାଜର ।

କୋଳରେ ସେ ନିତି ଶୁଏ

ଚାକର ପିଲାଟା ପଦେ କହିଦେଲେ

ଠିଆ ଗୋଇଠା'ଟେ ଖାଏ ।


ବାସନା ତେଲକୁ ମାରି

ସାବୁନ ଫେଣରେ ଘଷି ମାଜି ହୁଏ

ନୂଆ ବୋହୁ'ଟିଏ ପରି ।

ଇଏ ତ ଅଜବ ଯୁଗ

ମଣିଷ ଚାହୁଁନି ମଣିଷର ମୁହଁ

କୁକୁରର ସେବା ଆଗ ।


Rate this content
Log in

Similar oriya poem from Comedy