Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmay Behera

Inspirational Children

3  

Chinmay Behera

Inspirational Children

କେହି ନୁହେଁ ବଡ଼ କେ ନୁହେଁ ସାନ

କେହି ନୁହେଁ ବଡ଼ କେ ନୁହେଁ ସାନ

1 min
224


କାଉ କହିଲା ମୁଁ ବଡ଼

ସାହି ସାହି ବୁଲି ଇଶାରା ଦେଉଛି

ଅବା ବନ୍ଧ ବାଡ଼ି ହିଡ,

କୋଇଲି କହିଲା ବଡ଼

ମୋ ଗୀତର ତାଳେ ମୟୂରୀ ବି ନାଚେ

ସମୁଦ୍ରେ ଉଠଇ ଝଡ଼,

କାଉ ଓ କୋଇଲି ଖପା

ପାଟି କରୁ କରୁ ଦୁହେଁ ଦୁହିଁଙ୍କର

ବଖାଣିଲେ ଯେଝା ବୋପା । 


ସାପ କହିଲା ମୁଁ ବଡ଼

ମୋ ପାଇଁକି କେଳା ଜାତି ଅଛି ଜୀଇଁ

ଖୋଳି କେତେ ହୁଙ୍କା ଗାଡ଼,

ନେଉଳ କହିଲା ବଡ଼

ଦୁଷ୍ଟର ବିନାଶେ ଜୀବନ ଢ଼ାଳିଛି

ହେଲେ ଅବା ନଡ଼ବଡ଼,

ସାପ ଓ ନେଉଳ ଖପା

ତଡା ତଡି ହୋଇ ଗଡ଼ା ଗଡି ହେଲେ

ମେଦିନୀ କମ୍ପଇ ଏକା ।


ହନୁ କହିଲା ମୁଁ ବଡ଼

ପୁରାଣ ଯୁଗର ଉତ୍ତରାଧିକାରୀ

ଜିଣିଥିଲି ଲଙ୍କାଗଡ,

କୁକୁର କହିଲା ବଡ଼

ଚାନ୍ଦ ମାମୁଁ କୋଳେ ଦେଖିଛି ସପନ

ପାଇବାକୁ ଖଣ୍ଡେ ନୀଡ଼,

ହନୁ ଓ କୁକୁର ଖପା

ପୁରାଣ, ବିଜ୍ଞାନ ଗୋଳାଉ ଗୋଳାଉ

ସିଝିଗଲା ପିଠି ଚୋପା ।


Rate this content
Log in

Similar oriya poem from Inspirational