ତୃଷ୍ଣା ତୀର୍ଥ
ତୃଷ୍ଣା ତୀର୍ଥ
ରାଶି ରାଶି ବାଲିର ଶେଯରେ
ସମୁଦ୍ରର ଶୂନ୍ୟତାକୁ
ପହଁରି ପହଁରି,
ନିରୁଦ୍ଦିଷ୍ଟ ସମୟର ବୋଝ ବୋହି
କୁହୁଳେ ସେ -
ଶବ୍ଦହୀନ ତୃଷ୍ଣାର ତୀର୍ଥରେ,
ଆଲୋକିତ ଅନ୍ଧାରରେ ଗଢିବାକୁ
ନକ୍ଷତ୍ରର ନୀଳ ଉପତ୍ୟକା ।
ଆପେକ୍ଷିକ ଆବେଗର
ନିଃସର୍ତ୍ତ ସ୍ତୋତ୍ରକୁ
ସମୟର ପାପୁଲିରେ ବଳି ଦେଇ
ଗଢ଼ିଛି ସେ -
ମୋହଗ୍ରସ୍ତ ଅଭେଦ୍ୟ ପ୍ରାଚୀର,
ଆକାଶର ଅଗଣିତ ତାରାଙ୍କ ମେଳରେ
ଫିଟେଇଛି ଆଭାର ମଞ୍ଜୁଳ,
ସତେଅବା
ମାୟାବିନୀ ରାତିର ପରଶେ
କାଉଁରୀ କାମାକ୍ଷା ଦ୍ବୀପେ ପରଖୁଛି
ବିଶ୍ୱାସର ବତୀଘର ସାଜି ।