STORYMIRROR

Chinmay Behera

Comedy Others

3  

Chinmay Behera

Comedy Others

ଛାଡ଼ିଗଲା ମୋର ସଂସାର ନିଶା

ଛାଡ଼ିଗଲା ମୋର ସଂସାର ନିଶା

1 min
175

ଶୀତୁଆ ସକାଳୁ ନିଦୁଆ ଆଖିରେ ମଦୁଆ ଯାଦୁଆ ପରି,

ଘରଣୀକୁ ମୋର ଡାକ ଛାଡୁଥିଲି କଲମ ମୁନଟା ଧରି ।

ବେଇଗି ଆସ ହେ ଟିଉସନ ବେଳ ହେଲାଣି ମୋହର ଡେରି,

ଚାହା ଟିକେ ପାଇଁ ଦୁଇଘଣ୍ଟା ହେଲା କାଟୁଛ କାହିଁକି ଫରି ।


ମାଇକିନା ସିନା ମଫସଲି ଦାନା ବାଙ୍କ ଚାହାଣୀ ତା ଥିରି,

କଥା କହୁଥିଲେ ବାଟୁଳି ବାଜେନି ଛାତିରେ ପଶାଇ ଛୁରୀ ।

ଷୋଡଶ ବୟସୀ, ମୋ କଅଁଳ କଷି ନାହିଁ ତା ପରି ସୁନ୍ଦରୀ,

ଚାଲି ଯାଉଥିଲେ ଆମ ଗାଆଁ ଦାଣ୍ଡେ ମହକ ପଡ଼ଇ ଝରି ।


ସକାଳରୁ ସଂଜ ସିଏ ମୋର ଲାଞ୍ଜ ମୁଁ ତାର ପରା ବାଛୁରୀ,

ଜହ୍ନଗଲେ ବୁଡ଼ି ଡାକେ ବେକମୋଡ଼ି ଶୋଇପଡିଲକି ଗୋରୀ 

ତାଳୁରୁ ତଳିପା ସବୁ ମପାଚୁପା ସତେ କି ନୀଳ ଅପ୍ସରୀ,

ମୋ ଭାଗ୍ୟରେ ପ୍ରଭୁ ଜୁଟେଇଛ କିଆଁ ଇମିତି କିମିଆଁ କରି !


ଅନ୍ଧାର ଆଲୁଅ ସବୁଠି ସେନେହ ହେଉ ବା ନେତା ମନ୍ତିରୀ,

ତୋର ପଦଧୂଳି ମୁଣ୍ଡରେ ମାରନ୍ତି ଭାବି ଚନ୍ଦନ କସ୍ତୁରୀ ।

ଭଲା ଏ ଦପ୍ତରୀ ଜୀବନ ମୋହରି ପାଏ ଯା କିଛି ଉପୁରି,

ତୁମରି ଫେସନେ ଟଙ୍କା ଯାଏ ଉଡ଼ି ଚୋପା ଛଡ଼ା ପ୍ରେମକରି ।


ଶାଢ଼ୀ ଆଉ ସାୟା ଲିପିଷ୍ଟିକ ମାୟା ତାହାରି ସଙ୍ଗେ ଉତ୍ତରୀ,

ଦରମା ପାଳିକି ନଆସିଲେ ବାବୁ ଚମ ଯିବ ମୋ ଉତୁରି ।

ହେଉ ବା ପଞ୍ଚୁକ ପୂଜା ଅଭିଷେକ ଦରକାର ଆମିଷ ପୁରି,

ଆଖି କଟମଟ ସହି ନପାରଇ ପଡ଼ୁ ବା ଶହେ ସତୁରୀ ।


ପାଣିଚିଆ ଭେଣ୍ଡି ମୋର ଘର ମୁଣ୍ଡି ଯୌବନେ ରମ୍ଭା ସବୁରି,

ବୁଢା,କୁଜା,ଛୋଟା,କେମ୍ପା,କଣା,ମୋଟା ସଭିଏଁ ଯାଆନ୍ତି ଡରି 

କି ଗୁଣ ଗାଇବି ପାଟି ଦାବି ଦାବି ଦେହ ଯାଉଅଛି ଥରି,

ଜୀବନ ମରଣ ସମାନ ହୋଇଛି ବୋଲାଏ ବାବୁ ସହରୀ ।


ନୁଖୁରା ମୁଣ୍ଡିଆ,ଫଟା ରସିକିଆ ଅଚଂଛା କିଳାକୁ ଭରି,

ଛାଡ଼ି ମୋ ଯାଇଛି ସଂସାରର ନିଶା ଦେଖି ଦେଖି ଏହି ଶିରି ।

ସାଜିଛି ମୁଁ ପଣ୍ଡା ହୋଇ ପୁରା ଲଣ୍ଡା ଗଣ୍ଡା ଗଣ୍ଡା ଭେଣ୍ଡା ପରି,

ମୋ ମୁହଁକୁ କେହି ଛେପ ପକାନ୍ତିନି ଭାବି ବାଳୁଙ୍ଗା ଭିକାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy