Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational

4  

KRUTIBAS NAYAK

Comedy Inspirational

କବିତା ଆଳାପ-10 : ବିଦ୍ୟାର୍ଥୀ : -ଡକ୍ଟର କୃତ୍ତିବାସ ନାୟକ

କବିତା ଆଳାପ-10 : ବିଦ୍ୟାର୍ଥୀ : -ଡକ୍ଟର କୃତ୍ତିବାସ ନାୟକ

1 min
356



ବିଦ୍ୟାର୍ଥୀ ଶିକ୍ଷାର୍ଥୀ ଛାତ୍ରଟିଏ ମୁହିଁ ପଢୁଛି ବୁଝି ବିଚାରି,

କେତେ ଉପଦେଶ ମାଗଣାରେ ମିଳେ କାହାକୁ ବି ନ ପଚାରି |


ବାପା ଗାଳିଦେଲେ ବୋଉ ଗାଳିଦେଲେ ଶିକ୍ଷକ ବି ଦେଲେ ଗାଳି,

ଅପଦାର୍ଥଟା ତୁ ଜୀବନ ତୋହର ହେଇଯିବ ନଈବାଲି |


ଅପଦାର୍ଥ ଶବ୍ଦ କଷ୍ଟ ଦେଲା ମୋତେ ପଦାର୍ଥ ହେବାକୁ ଚାହେ,

ସବୁଚେଷ୍ଟା କରି ବିଫଳ ହେବାରୁ ମନଟା ବିକଳ ହୁଏ |


ଦିନ ଗଡ଼ିିଚାଲେ ବୟସ ବି ବଢ଼େ ବୁଝିଲି ପଦାର୍ଥ ଗୁଣ,

ସକଳ ପଦାର୍ଥ ପ୍ରସ୍ତୁତ ହେଉଛି ହେଉ ଲୁହା କିବା ଲୁଣ |


ମଣିଷରୁ ମୁହିଁ ପଦାର୍ଥ ହୋଇଲେ ବିକ୍ରିଯୋଗ୍ୟ ହେଇଯିବି,

ଅପଦାର୍ଥ ହେଲେ ଦେବତାଙ୍କ ପରି ବଡ଼ ମଣିଷ ମୁଁ ହେବି |


ଈଶ୍ୱର ଅଦୃଶ୍ୟ ଅତନୁ ପୁରୁଷ ତେଣୁ ସିଏ ଅପଦାର୍ଥ,

ପଦାର୍ଥ ହେବିନି ଅପଦାର୍ଥ ହେବି କରି ନେଇଛି ଶପଥ |



Rate this content
Log in

Similar oriya poem from Comedy