STORYMIRROR

Prabhat Kumar Mallick

Comedy

3  

Prabhat Kumar Mallick

Comedy

ପାରିବାରିକ କଳହ

ପାରିବାରିକ କଳହ

1 min
177

ଶାଶୁ-ବୋହୂ ଦିନେ ଲାଗିଲେ କଳି  

ଶାଶୁ ବୋହୂକୁ ଦେଲା ଅନେକ ଗାଳି  

 ବୋହୂ କହିଲା ଶାଶୁକୁ ଦେଖ ରଗାନି ମୋତେ  

 କଥା କୁହ ତୁମେ ମୁହଁ ସମ୍ଭାଳି ।


ଶାଶୁ କହିଲା- ମୁଁ କି ଡରିଛି ତୋତେ  

ତୁ କଣ ମୋ ସ୍ୱାମୀର ଶାଳୀ ।

ବୋହୂଚାହିଁଲା ଆଖିତରାଟି କହିଲା ଚିହ୍ନିନୁ ମୋତେ 

 ମୁଁ ଅଟେ ପୂରା କଞ୍ଚା ବାସୁଳୀ ।


ତା'ପରେ କହିଲା ଶାଶୁ ରଖ ତୋ ରୂପ ଦେଖାନି ମୋତେ

ମୁଁ ବି ପୂରା ଉଦଣ୍ଡୀ କାଳୀ ।

 ତୋ ଚଉଦ ପୁରୁଷ ଦେବି ଉଝାଳି  

 ବିକି ଖାଉଥିଲ ତେନ୍ତୁଳି କୋଳି ।


ଦେଖାଉଛୁ ମୋତେ ରୂପ ବାସୁଳୀ  

ଦେବି ପୂରା ତୋତେ ଜିଅନ୍ତା ଗିଳି ।

 ପୋଡି ମାରିଦେବି କିରାସିନି ଢାଳି  

ତା'ପରେ ଜାଣିବୁ ମୁଁ କିଭଳି ।


ତା'ପରେ ବୋହୂର ମୁଣ୍ଡକୁ ଉଠିଲା ପିତ୍ତ  

ଝାଡିଲା ବୁଢୀକି ଦି ଚାରି ନାତ ।

 କହିଲା ଭାବନା ମୋତେ ନିରୀହ ବୋଲି  

 ତୋ ଠାରୁ ମୁଁ ବେଶୀ ନଙ୍ଗିଳୀ ।


ଜାଣିବେନି କେହି ମାରିଦେବି ତୋତେ କବାଟ କିଳି  

ଏହା କହି ବୁଢୀ ଉପରେ ଗରମ ପେଜକୁ-ଦେଲା ସେ ଢାଳି ।

ବୁଢୀ କାନ୍ଦିଲା ଛାଡି ବୋବାଳି 

କହିଲା ହେ ଦଇବ ଏତ ଘୋର କଳି  

 ନେଇଯାଅ ମୋତେ ହେ ବନମାଳୀ  

 ହେ ପ୍ରଭୁ ଏତ ଘୋର କଳି .............।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy