Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhat Kumar Mallick

Comedy

3  

Prabhat Kumar Mallick

Comedy

ପାରିବାରିକ କଳହ

ପାରିବାରିକ କଳହ

1 min
169


ଶାଶୁ-ବୋହୂ ଦିନେ ଲାଗିଲେ କଳି  

ଶାଶୁ ବୋହୂକୁ ଦେଲା ଅନେକ ଗାଳି  

 ବୋହୂ କହିଲା ଶାଶୁକୁ ଦେଖ ରଗାନି ମୋତେ  

 କଥା କୁହ ତୁମେ ମୁହଁ ସମ୍ଭାଳି ।


ଶାଶୁ କହିଲା- ମୁଁ କି ଡରିଛି ତୋତେ  

ତୁ କଣ ମୋ ସ୍ୱାମୀର ଶାଳୀ ।

ବୋହୂଚାହିଁଲା ଆଖିତରାଟି କହିଲା ଚିହ୍ନିନୁ ମୋତେ 

 ମୁଁ ଅଟେ ପୂରା କଞ୍ଚା ବାସୁଳୀ ।


ତା'ପରେ କହିଲା ଶାଶୁ ରଖ ତୋ ରୂପ ଦେଖାନି ମୋତେ

ମୁଁ ବି ପୂରା ଉଦଣ୍ଡୀ କାଳୀ ।

 ତୋ ଚଉଦ ପୁରୁଷ ଦେବି ଉଝାଳି  

 ବିକି ଖାଉଥିଲ ତେନ୍ତୁଳି କୋଳି ।


ଦେଖାଉଛୁ ମୋତେ ରୂପ ବାସୁଳୀ  

ଦେବି ପୂରା ତୋତେ ଜିଅନ୍ତା ଗିଳି ।

 ପୋଡି ମାରିଦେବି କିରାସିନି ଢାଳି  

ତା'ପରେ ଜାଣିବୁ ମୁଁ କିଭଳି ।


ତା'ପରେ ବୋହୂର ମୁଣ୍ଡକୁ ଉଠିଲା ପିତ୍ତ  

ଝାଡିଲା ବୁଢୀକି ଦି ଚାରି ନାତ ।

 କହିଲା ଭାବନା ମୋତେ ନିରୀହ ବୋଲି  

 ତୋ ଠାରୁ ମୁଁ ବେଶୀ ନଙ୍ଗିଳୀ ।


ଜାଣିବେନି କେହି ମାରିଦେବି ତୋତେ କବାଟ କିଳି  

ଏହା କହି ବୁଢୀ ଉପରେ ଗରମ ପେଜକୁ-ଦେଲା ସେ ଢାଳି ।

ବୁଢୀ କାନ୍ଦିଲା ଛାଡି ବୋବାଳି 

କହିଲା ହେ ଦଇବ ଏତ ଘୋର କଳି  

 ନେଇଯାଅ ମୋତେ ହେ ବନମାଳୀ  

 ହେ ପ୍ରଭୁ ଏତ ଘୋର କଳି .............।।



Rate this content
Log in

Similar oriya poem from Comedy