STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
187


ପ୍ରେମ ଋତୁ ବୋଲି ବସନ୍ତ ହସୁଛି

ଉନ୍ମାଦନା ଦେହେ ଖେଳାଇ

ମଳୟ ପବନ ବକୁଳ ର ବାସ

ଦେହ ଦିଏ ଚହଲାଇ ।


ଅଳସ ଛାଡୁନି ନବବଧୂ ଶେଯେ

ଝରକା ଫାଙ୍କରେ ଚାହୁଁ ଥାଏ

ସତେକିଏ ପଛେ ପଣତକୁ ଟାଣେ

ଅସଜଡା ଦେହେ ଝିଙ୍କି ହୁଏ ।


ହଳଦୀ ରଙ୍ଗ ର ଶାଢ଼ୀ କି ସଜେଇ

ଅତିଯତନରେ ରଖୁଥାଇ

ସେରଂଗରେ ଯେଉଁ ବାସ ଚହଟୁଛି

ଲୁଚିଛପି ଖାଲି ଦେଖୁଥାଇ ।


ପ୍ରେମରେ ପାଗଳି ପ୍ରେମ ଉବୁଟୁବୁ

 କାହିଁକି ବସନ୍ତ ମୋହିନିଏ

ସରଗର ସୁଖ ନରମ ଦେହରେ

ଲାଜୁଆ ଓଠରେ କହିଦିଏ ।


Rate this content
Log in