Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhat Kumar Mallick

Inspirational

4  

Prabhat Kumar Mallick

Inspirational

କଳାଠାକୁର

କଳାଠାକୁର

1 min
377


କଳାଠାକୁର ଆହେ କଳାଠାକୁର 

କିପରି ବର୍ଣ୍ଣିବି ମୁଁ ଗୁଣ ତୁମ୍ଭର ,

ମୁହିଁ ତ ଗୋଟାଏ ଛୋଟିଆ ନର

ତୁମ୍ଭେ ଅଟ ଆମ୍ଭ କଳାଠାକୁର ।


ନୀଳ ସିନ୍ଧୁ ତୀରେ ତୁମ୍ଭରି ଘର 

ଘରର ନାମଟି ବଡ ମନ୍ଦିର ,

ଭାଇ ଭଉଣୀଙ୍କୁ ଧରି ସଙ୍ଗରେ 

ଲୀଳା କରୁଅଛ ନୀଳାଚଳରେ ।


ରଥଯାତ କରି ବଡ ଦାଣ୍ଡରେ 

ଉଦ୍ଧାର କରୁଛ ପତିତ ନରେ ,

ନଅ ଦିନ ରହି ମାଉସୀ ଘରେ 

ପୂଜା ପାଅ ତୁମ୍ଭେ ଜନ୍ମ ବେଦୀରେ ।


ତୁମ୍ଭ ପୂଜା ସେବା କରିବା ପାଇଁ 

ପଣ୍ଡା ପଢିହାରି ଥାଆନ୍ତି ଚାହିଁ ,

ବାର ମାସେ ତେର ପରବ ହୁଏ

ଭକତଙ୍କ ଆତ୍ମା ଆନନ୍ଦ ପାଏ ।


ତୁମ୍ଭ ଅବଢା ଟିକେ ପାଇବା ପାଇଁ

ଚାତକ ସମ ଭକ୍ତ ଥାଏ ଅନାଇ ,

ଷାଠିଏ ପଉଟି ମହାପ୍ରସାଦ 

ଖାଇଥାଏ ଭକ୍ତ ହୋଇ ଆନନ୍ଦ ।


ତୁମ୍ଭ ପାଶେ ନାହିଁ ଜାତି ଅଜାତି 

ନଥାଏ ପୁଣିତ ଛୁଆଁ କି ଛୁତି ,

ଚଣ୍ଡାଳ ବ୍ରାହ୍ମଣ ଏକତ୍ର ହୋଇ 

ନାଚିଥା'ନ୍ତି ତୁମ୍ଭ ଭଜନ ଗାଇ ।


ତୁମ୍ଭ ନାମ ଅଟେ ସଂସାର ସାର

ପାପୀ ତୁଣ୍ଡେ ଧରି ହୁଏ ଉଦ୍ଧାର ,

ତୁମ୍ଭର ମହିମା ଅଟେ ଅପାର 

ସଭିଙ୍କର ତୁମ୍ଭେ "କଳାଠାକୁର" ।।



Rate this content
Log in

Similar oriya poem from Inspirational